ଫେରିଲେ ଡ୍ୟାନ୍ସିଙ୍ଗ୍ ଅଙ୍କଲ, ନୂଆ ଭିଡିଓ ଭାଇରାଲ୍

ଡ୍ୟାନ୍ସିଙ୍ଗ୍ ଅଙ୍କଲ ଭାବେ ଲୋକପ୍ରିୟତା ଅର୍ଜନ କରିଥିବା ସଂଜିବ ଶ୍ରୀବାସ୍ତବଙ୍କର ଆଉ ଏକ ନୂଆ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ସୋସିଆଲ୍ ମିଡିଆରେ ରିଲିଜ୍ ହୋଇଥିବା ଏହି ନୂଆ ଭିଡିଓ ହେଉଛି ‘ଚାଚା ନାଚ୍’ । ଏହି ଭିଡିଓରେ ବଲିଉଡ୍ ସିଙ୍ଗର୍ ବେନି ଦୟାଲ୍ ଓ ୟୁଏଇ ମ୍ୟୁଜିକ୍ କମ୍ପୋଜର୍ ଜାସିମଙ୍କ ଗୀତରେ ସଂଜୟ ଶ୍ରୀବାସ୍ତବ ଡ୍ୟାନ୍ସ କରୁଛନ୍ତି । ସଂଜୟ ‘ଡବୁ ଅଙ୍କଲ’ ଭାବେ ମଧ୍ୟ ପରିଚିତ ।

ବାସ୍ତବରେ ସେ ଜଣେ ପ୍ରୋଫେସର୍ ଏବଂ ସଲ୍ଲୁ ଭାଇଜାନ୍ଙ୍କ ଶୋ’ ‘ଦଶ୍ କା ଦମ୍’ରେ ସଂଜୟ ତାଙ୍କ ଜୀବନର କରୁଣ କାହାଣୀ କହିଥିଲେ । ଗୋବିନ୍ଦାଙ୍କ ଅଭିନୀତ ଗୀତ ‘ଆପକେ ଆ ଜାନେ ସେ…’ରେ ସଂଜୟ ଡ୍ୟାନ୍ସ କରିଥିଲେ ଏବଂ ଏହା ପ୍ରଥମ ଭିଡିଓ ଭାବେ ସୋସିଆଲ୍ ମିଡିଆରେ ସେୟାର୍ ହୋଇଥିଲା । ଏହି ଭିଡିଓକୁ ବଲିଉଡ୍ ତାରକାମାନେ ଖୁବ୍ ଲାଇକ୍ କରିଥିବାବେଳେ ଗୋବିନ୍ଦା ଏହାକୁ ସୁପର୍ଡୁପର୍ ହିଟ୍ ଡ୍ୟାନ୍ସ ବୋଲି ପ୍ରଶଂସା କରିଥିଲେ । ଏହି ଭିଡିଓ ପରେ ସଂଜୟଙ୍କର ଅଗଣିତ ପ୍ରଶଂସକ ତାଙ୍କର ଆଗାମୀ ଭିଡିଓକୁ ଅପେକ୍ଷା କରି ବସିଥିଲେ ।

୫୪ତମ ଜନ୍ମଦିନରେ ସିକ୍ରେଟ୍ ସେୟାର୍ କଲେ ଅମୀର୍

୨୦୦କୋଟି କ୍ଲବରେ ସାମିଲ ହେଲା

୬୪ ତମ ଫିଲ୍ମଫେୟାର୍ ଆୱାର୍ଡ଼ର ନାମାଙ୍କନ ତାଲିକା ଜାରି

Leave a Reply

Your email address will not be published.