ବିଜେପିରେ ଯୋଗ ଦେଲେ ଡା. ଦାମୋଦର ରାଉତ

ନୂଆଦିଲ୍ଲୀ,(ଓଟି): ବିଧିବଦ୍ଧଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିରୁ ବିତାଡ଼ିତ ନେତା ଡା. ଦାମୋଦର ରାଉତ ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଏହାସହ ଓଡ଼ିଶା ଓ ବିଜେପି ପାଇଁ ଭଲ ଦିନ ଆସିଲା ବୋଲି କହିଛନ୍ତି।

ଡା. ରାଉତଙ୍କୁ ଜଣେ ସମ୍ବେଦନଶୀଳ ନେତା ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ତାଙ୍କର ବିଜେପିରେ ଯୋଗ ଦେବା ନଦେବା ନେଇ ଅନେକ କଳ୍ପନା ଜଳ୍ପନା ଲାଗିଥିଲା। ଏପରିକି ତାଙ୍କୁ ବିଜେପି ମୁହଁରୁ ରକ୍ଷା କରିବା ପାଇଁ ବିଜେଡିର ରଣନୀତି ନିର୍ଦ୍ଧାରକମାନେ ଲାଗିପଡ଼ିଥିଲେ। ପୁଅର ଚାପ ବଶବର୍ତ୍ତୀ ହୋଇ ଡା. ରାଉତ ଦଳକୁ ପୁଣି ଫେରିବେ ବୋଲି ଆଶା ହେଉଥିଲା। କିନ୍ତୁ ଡା. ରାଉତ ସବୁ ଲୋଭନୀୟ ଅଫରକୁ ତୁଚ୍ଛକରି ପୁଣି ଥରେ ଦିଲ୍ଲୀ ଟିକେଟ୍‌ କାଟିଥିଲେ। ଏବଂ ବିଜେପିରେ ଯୋଗ ଦେଇଥିଲେ।

ଦାମୋଦର ରାଉତ ଅପ୍‌ଡେଟ୍‌: ଆଜି ଦିଲ୍ଲୀରେ ଭେଟିଲେ, କାଲି ଓଡ଼ିଶା ଆସିବେ ବରିଷ୍ଠ ବିଜେପି ନେତା

ବବିଙ୍କ ବିଜୟ: ଦାମ ଯିବେନି ବିଜେପି, ସମ୍ବିତ ଓ ପ୍ରୀତିନନ୍ଦା ପାଇବେ ପୁରସ୍କାର

Leave a Reply

Your email address will not be published.