ରାଜନୀତିରୁ ଦାମୋଦର ରାଉତଙ୍କ ସନ୍ୟାସ ଘୋଷଣା: ବିଜେପିରୁ ଇସ୍ତଫା

ଭୁବନେଶ୍ଵର, (ଓଟି): ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଓ ନିଜକୁ ବିଜୁ ପଟ୍ଟନାୟକଙ୍କ ଅନୁଗତ ଭାବେ ଦାବି କରୁଥିବା ଡା. ଦାମୋଦର ରାଉତ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି। ଏଣିକି କେବଳ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ରାଜ୍ୟବାସୀଙ୍କ ସେବା କରିବେ ଓ ରଚନାତ୍ମକ କାଯ୍ୟରେ ନିଜକୁ ନିୟୋଜିତ କରିବେ ବୋଲି ପ୍ରକାଶ କରିଛନ୍ତି। ବିଜେପି ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ନିକଟକୁ ଲେଖିଥିବା ଏକ ପତ୍ରରେ ସେ କହିଛନ୍ତି ଯେ, ସେ ବିଜେପିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛନ୍ତି। ‘ମୋର ଏହି ଇସ୍ତଫା ଗ୍ରହଣ କରିବେ। ଦଳ ବା ଦଳର ନେତାଙ୍କ ବିରୋଧରେ ମୋର କୌଣସି ଅସୂୟା ଭାବ ନାହିଁଁ। 

ଦାମଙ୍କ ଏଇ ଇସ୍ତଫାପତ୍ର ପୁଣିଥରେ ବିଜେପି ରାଜନୀତିକୁ ଚର୍ଚା ପରିଧିକୁ ଆଣିଛି। କିଛିଦିନ ତଳେ ବିଜେପୁରର ବିଜେପି ନେତା ଅଶୋକ ପାଣିଗ୍ରାହୀ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ଇସ୍ତଫା ଦେଇଥିଲେ। ଡା. ରାଉତ ମଧ୍‌ୟ ସେଇ ଅଭିଯୋଗ ଆଣିଥିବା ନେଇ ଗଣମାଧ୍ୟମରେ ଚର୍ଚା ହେଉଥିଲା। ତେବେ ସମସ୍ତ ଚର୍ଚାକୁ ପ୍ରଶମିତ କରି ସେ ଆଜି ଦଳରୁ ଇସ୍ତଫା ପ୍ରଦାନ କରିଥିବା କହିଛନ୍ତି। 

ଡା. ରାଉତ ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି ଯେ, ବିଜୁ ଜନତା ଦଳ ବିପକ୍ଷରେ ତାଙ୍କର କୌଣସି ରାଗ ବା ରୋଷ ନଥିଲା। ସେ ପ୍ରଚଳିତ ଶାସନ ବ୍ୟବସ୍ଥା ତଥା କୃଷି ଓ ସମବାୟ ବିଭାଗର ଦୁର୍ନୀତିକୁ ପଦାକୁ ଆଣିବାକୁ ଚାହିଁଥିଲେ। ସେ ଏନେଇ କିଛି ସୂଚନାଧିକାର କର୍ମୀଙ୍କ ସହ ମିଶାି ରାଜ୍ୟରେ ଜନ ମତ ସଂଗ୍ରହ କରୁଥିଲେ। ଏହି ସମୟରେ ବିଜେପିର ରାଜ୍ୟସ୍ତରୀୟ ନେତାମାନେ ତାଙ୍କୁ ଦିଲ୍ଲୀ ନେଇ ସେଠାରେ ଦଳୀୟ ସଦସ୍ୟତା ପ୍ରଦାନ କରିଥିଲେ। ଦଳର ପ୍ରଚାର ଦାୟିତ୍ଵ ଦେଇଥିଲେ। କିନ୍ତୁ ଆଜି ତାଙ୍କର କୌଣସି ଆବଶ୍ୟକତା ଦଳ ଅନୁଭବ କରୁ ନାହିଁ ବୋଲି ସେ ଅନୁଭବ କରିଥିବା କହିଛନ୍ତି। 

Leave a Reply

Your email address will not be published. Required fields are marked *