ବିରୋଧୀଦଳ ନେତାଙ୍କୁ ଦାମଙ୍କ ଆଟାକ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ବିରୋଧୀଦଳ ନେତାଙ୍କୁ ଆଟାକ୍‌ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡା. ଦାମୋଦର ରାଉତ। ଯେଉଁ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ-ପ୍ରଧରାନମନ୍ତ୍ରୀଙ୍କ ଭିତରେ ଉପଯୁକ୍ତ ସଂଯୋଜନା ରହିଛି ଏବଂ ଉଭୟ ମିଳିମିଶି ବିପର୍ଯ୍ୟୟକୁ ମୁକାବିଲା କରୁଛନ୍ତି ସେତେବେଳେ ବିରୋଧୀଦଳ ନେତା ଅଯଥାରେ କେଁ ପୂରାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।  ବିଭିନ୍ନ ଖବରକାଗଜରେ ବିରୋଧୀ ମନ୍ତବ୍ୟ ଦେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ଦାମ ଅଭିଯୋ ଗକରିଛନ୍ତି।

ବିରୋଧି ଦଳ ନେତା ସମ୍ବାଦପତ୍ରକୁ ବିବୃତି ନେଇ ଅଭିଯୋଗ କରିଛନ୍ତି ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାର ଲୋକଙ୍କ କରୋନା ଟେଷ୍ଟ ବୁର୍ଲାରେ କାହିଁକି କରାଯାଉନାହିଁ । ବୁର୍ଲାରେ ଆବଶ୍ୟକୀୟ ଭିତ୍ତିଭୂମି ଅଛି କି କାହିଁ, ଆବଶ୍ୟକ ମୁତାବକ ଡାକ୍ତର ନର୍ସ ଅଛନ୍ତି କି ନାହିଁ ଏବଂ ଏଥିପାଇଁ କେତେ ଅର୍ଥ ଓ ସମୟ ଆବଶ୍ୟକ, ତାହା ବିରୋଧି ଦଳ ନେତା ନ ବୁଝି କେବଳ ସେ ଛଅଟି ଜିଲ୍ଲାର ଲୋକଙ୍କ ମନରେ ସରକାର ବିରୋଧି କ୍ରୋଧ ସୃଷ୍ଟିକରି ନିଜର ସଂକୀର୍ଣ୍ଣ ରାଜେନୀତିକ ସ୍ୱାର୍ଥହାସଲ ପାଇଁ ପ୍ରୟାସ କରୁଛନ୍ତି ।

 ଏହାର ଉତ୍ତରରେ ଦାମ କହିଛନ୍ତି ସରକାରଙ୍କ ହିସାବ ଅନୁସାରେ ରାଜ୍ୟ ବାହାରେ ୧୨ଲକ୍ଷ ୫୦ ହଜାର ପ୍ରବାସୀ ରହିଛନ୍ତି । ସେମାନଙ୍କୁ ଆଣିବା, କ୍ୱାରେଣ୍ଟୀନ‌ରେ ରଖିବା, ସଙ୍ଗରୋଧ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଆଦି ଘଟଣା ଅତି ଜଟିଳ ଏବଂ କଷ୍ଟସାଧ୍ୟ କାର୍ଯ୍ୟ। ଏ କ୍ଷେତ୍ରରେ ବିରୋଧିଦଳ ସରକାରଙ୍କୁ ସମାଲୋଚନା ନକରି ପରିସ୍ଥିତିର ମୁକାବିଲା ଲାଗି ନିଜ ଆଡୁ ବାତାବରଣ ସୃଷ୍ଟି କରିବା ଉଚିତ ।

ସେ କହିଛନ୍ତି, ସାମ୍ପ୍ରତିକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୀତିକ ଦଳ ଏବଂ ନତାମାନେ ଲୋକମତକୁ ଭାଗ ଭାଗ କରି ରଖିଛନ୍ତି । ବିରୋଧି ଦଳର ସମାଲୋଚନା ସେ ଦଳର ସମର୍ଥକମାନଙ୍କୁ ପ୍ରଭାବିତ ଏବଂ ପ୍ରୋତ୍ସାହିତ କରୁଛି । ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଅର୍ପଣ କରୁଛନ୍ତି । ମାତ୍ର ଅନେକ କ୍ଷେତ୍ରରେ ଦେଖାଯାଉଛି ସରପଞ୍ଚମାନେ ନିରପେକ୍ଷଭାବେ କାମ ନକରି ଦଳୀୟ ଚରିତ୍ର ପ୍ରକଟ କରୁଛନ୍ତି । ତେଣୁ ପରିସ୍ଥିତିର ଗୁରୁତ୍ୱ ଅନୁଭବ ନକରି ମୁଖ୍ୟମନ୍ତ୍ରୀ, ବିରୋଧିଦଳ ନେତା ଏବଂ ପିସିସି ସଭାପତି ମିଳିତ ଭାବେ ଲୋକଙ୍କୁ  ନିବେଦନ କରନ୍ତୁ ଏବଂ ସଙ୍ଗରୋଧ, ସାମାଜିକ ଦୂରତା, କ୍ୱାରେଣ୍ଟାଇନ୍‌‌ରେ ରହିବା ଆଦି କ୍ଷେତ୍ରରେ ଲୋକମାନେ ନିର୍ଦ୍ଧାରିତ ନୀତି ନିୟମ ଅନୁସାରେ ପରିଚାଳିତ ହୁଅନ୍ତୁ । ଦଳମତ ନିର୍ବିଶେଷରେ ସାଧାରଣ ଲୋକେ ବିଶେଷ କରି ଗ୍ରାମାଞ୍ଚଳରେ ସଚେତନ ନହେଲେ ପରସ୍ପର ସହନଶୀଳତା, ସହଯୋଗିତା, ଏବଂ ସହଭାଗିତା ନରହିଲେ ବ୍ୟବସ୍ଥାରେ ତ୍ରୁଟି ରହିବା ବାଧ୍ୟ । ସରକାରୀ କଳ ଏବଂ ଅମଲାତନ୍ତ୍ର ଉପରେ ନିର୍ଭର କରି ସାମ୍ପ୍ରତିକ ପରିସ୍ଥିତିକୁ ସାମ୍ନା କରିବା ଏବେ ସହଜ ନୁହେଁ ।

ଦୁଃଖର କଥା ପ୍ରଦେଶ କଂଗ୍ରେସ ସଭାପତି ସରକାରଙ୍କ ତ୍ରୁଟି ବିଚ୍ୟୁତି ଦର୍ଶାଇ ଦୀର୍ଘ ବିବୃତି ସମ୍ବାଦ ପତ୍ରରେ ଛାପୁଛନ୍ତି । ତା’ ପରିବର୍ତ୍ତେ ସେ ନିଜ ଆଡୁ ସରକାରଙ୍କୁ ଏବଂ ସରକାରଙ୍କ କାର୍ଯ୍ୟ ପରିଚାଳନା କରୁଥିବା କତ୍ତୃପକ୍ଷଙ୍କୁ ସିଧାସଳଖ ପରାମର୍ଶ ଦେଲେ ହୁଏତ ପରିସ୍ଥିତିର ସୁଧାର ଆସନ୍ତା । ପ୍ରବାସୀ ଓଡ଼ିଆମାନେ ଫେରିବା ପାଇଁ ରେଳଟିକେଟ କଂଗ୍ରେସ ବହ[ କରିବ ବୋଲି ସେ କାଳେ ପ୍ରସ୍ତାବ ଦେଇଥିଲେ । ଏକଥା କେମିତି ସମ୍ଭବ । ବରଂ କରୋନା ମୁକାବିଲା ପାଇଁ କଂଗ୍ରେସ ଦଳ ଯଦି ଚାହୁଁଛି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫାଣ୍ଠି ଉଦ୍ଦେଶ୍ୟରେ ଅର୍ଥ ଯୋଗାଇ ପାରିଥାନ୍ତା  ବୋଲି ଦାମ କହିଛନ୍ତି।

କରୋନା ସଂକ୍ରମଣ କାରଣରୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି । ଆମ ରାଜ୍ୟରେ ଯେଉଁ ମାନେ ପ୍ରବାସରେ ଅଛନ୍ତି ସେ, ଗାଁକୁ ଫେରିବା, ନିଜ ଆତ୍ମୀୟ ସ୍ୱଜ[ଙ୍କ ସହ ମିଶିବା ପାଇଁ ବ୍ୟଗ୍ର । ସେହିଭଳି ଯେଉଁ ପରିବାରର ବ୍ୟକ୍ତି ପ୍ରବାସରେ ଅଛନ୍ତି ସେ କିଭଳି ଶୀଘ୍ର ଘରକୁ ଫେରନ୍ତୁ ସେଥିପାଇଁ ପରିବାର ଲୋକେ ବ୍ୟଗ୍ର, ବିଭୋର, ପ୍ରତୀକ୍ଷାରତ । ଏଥିପାଇଁ କିଏ ଡେଇଁକରି ଟ୍ରେନ୍‌ରୁ ପଳାଉଛି, କିଏ ବସ୍‌ରୁ ଲୁଚିକି ଯାଉଛି, ଆଉ କିଏ ରାତିରେ କରୋନା ସେଣ୍ଟରର କାନ୍ଥଡେଇଁ ଘରକୁ ପଳାଉଛି । ଏ ପରିସ୍ଥିତିକୁ ସମ୍ଭାଳିବାକୁ ହେଲେ ଦଳମତ ନିର୍ବିଶେଷରେ ରାଜନେତାମାନେ ଲୋକଙ୍କୁ ସଚେତନ କରାନ୍ତୁ । ଧୈର୍ଯ୍ୟହୀନ ନହେବାକୁ ପ୍ରବୋଧନା  ଦିଅନ୍ତୁ । ଆବଶ୍ୟକ ମେ[କରୁଥିଲେ ବିରୋଧି ଦଳ ନେତା ଏବଂ ପ୍ରଦେଶ କଂଗ୍ରେସ ସଭାପତି ନିଜ ଆଡୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କରୋନି ପରିସ୍ଥିତିର ମୁକାବିଲା ପାଇଁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ରାଜ୍ୟବାସୀଙ୍କର ସାମଗ୍ରୀକ ସ୍ୱାର୍ଥ ପାଇଁ ଏକ ମ[ ଏକ ପ୍ରାଣରେ କାର୍ଯ୍ୟ କରିବାକୁ ପ୍ରୟାସ କରନ୍ତୁ । କାରଣ ଲୋକ ବଞ୍ଚିଲେ ରାଜନୀତି କରିହୁଏ । ତେଣୁ ବିରୋଧି ଦଳର ନେତା ଓ ପିସିସି ସଭାପତି ମହୋଦୟ ଲୋକ ମତକୁ ବିଭ୍ରାନ୍ତ ଓ ବିଷାକ୍ତ କରିବା ପରିବର୍ତ୍ତେ ଶୀତଳ ଏବଂ ଧୈର୍ଯ୍ୟର ବାତାବରଣ ସୃଷ୍ଟିକରିବାରେ ସହାୟକ ହୁଅନ୍ତୁ ବୋଲି ଡା. ରାଉତ କହିଛନ୍ତି ।

Leave a Reply

Your email address will not be published.