ବ୍ୟାୟାମ କରୁଥିଲେ, ଏହି ଦିଗଟି ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ
ସୁସ୍ଥ ଶରୀର ପାଇଁ ହେଲ୍ଥି ଡାଏଟ୍ ଓ ବ୍ୟାୟାମ ନିହାତି ଜରୁରୀ । କିନ୍ତୁ ବ୍ୟାୟାମ କରିବା ସମୟରେ ଓ ଏହାପରେ ଗୋଟିଏ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ନଚେତ୍ ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟହାନୀ ଘଟିପାରେ । ବ୍ୟାୟାମ କରିବା ପରେ କାର୍ବୋନେଟେଡ୍ ଡ୍ରିଙ୍କସ୍ ପିଇବା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ । ଏହା ଦ୍ୱାରା ଅଧିକ ମାତ୍ରାରେ କିଡ୍ନୀ ସମସ୍ୟା ଦେଖାଦେଇଥାଏ ।
ଆମେରିକାନ୍ ଜର୍ନାଲ୍ ଅଫ୍ ଫିଜିଓଲୋଜି ରେଗୁଲେଟରି ଇଣ୍ଟିଗ୍ରୋଟିଭ୍ ଆଣ୍ଡ୍ କମ୍ପେରିଟିଭ୍ ଫିଜିଓଲୋଜି ପକ୍ଷରୁ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ ବ୍ୟାୟାମ କରିବା ସମୟରେ କିମ୍ବା ପରେ କାର୍ବୋନେଟ୍ ଡ୍ରିଙ୍କସ୍ ପିଇବା ଦ୍ୱାରା କିଡ୍ନି ଜନିତ ସମସ୍ୟା ହେବାର ଆଶଙ୍କା ୬୦% ବଢ଼ିଯାଇପାରେ । ଏ ସମ୍ପର୍କରେ ୧୨ ଜଣ ସୁସ୍ଥ ବୟସ୍କ ବ୍ୟକ୍ତିଙ୍କୁ ନେଇ ପରୀକ୍ଷା କରାଯାଇଥିଲା । ୪ଘଣ୍ଟା ବ୍ୟାୟାମ କରିବା ପରେ ସେଥିମଧ୍ୟରୁ କେତେଜଣଙ୍କୁ କାର୍ବୋନେଟ୍ ଡ୍ରିଙ୍କସ୍ ପିଇବାକୁ ଦିଆଯାଇଥିଲା । ଏଭଳି କିଛି ଦିନ କରିବା ପରେ ଜଣାଗଲା ଯେ ସେମାନଙ୍କ ମଧ୍ୟରୁ ପ୍ରାୟ ୭୫% ଭାଗ ବ୍ୟକ୍ତିଙ୍କୁ କିଡ୍ନୀଜନିତ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ବ୍ୟାୟାମ ପରେ କିଛି ସମୟ ଅପେକ୍ଷା କରି କେବଳ ପାଣି ପିଇବା ଉଚିତ୍ ।