ଏହି ତାରିଖରେ ଆସିବ ‘ଦବଙ୍ଗ ୩’

ଚଳିତବର୍ଷ ସଲମାନ୍ ଭାଇଜାନଙ୍କ ପ୍ରଥମ ଫିଲ୍ମ ଭାବେ ମୁକ୍ତିଲାଭ କରିବ ‘ଭାରତ’ । ଏହା ଏକ କୋରିଆନ୍ ଫିଲ୍ମ ‘ଓଡ୍ ଟୁ ଫାଦର୍’ର ରିମେକ୍ ଭାବେ ପ୍ରସ୍ତୁତ କରାଯାଇଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଲ୍ଲି ଆବାସ୍ ଜଫର୍ । ‘ଭାରତ’ ଆଗାମୀ ଇଦରେ ମୁକ୍ତିଲାଭ କରୁଥିବାବେଳେ ସଲ୍ଲୁଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ୩’ର ମୁକ୍ତିଲାଭ ତାରିଖ ମଧ୍ୟ ଜଣାପଡ଼ିଛି । ପ୍ରଭୁ ଦେବାଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଫିଲ୍ମ ଆଗାମୀ ଡିସେମ୍ବର ୨୦ ତାରିଖରେ ସିନେମାଘରକୁ ଆସିବ । ଖବର ଅନୁଯାୟୀ ଏଥିରେ ସଲମାନ୍ ଦୁଇଟି ଅବତାରରେ ନଜର ଆସିବେ । ଫିଲ୍ମର ସୁଟିଂ ଶେଷ ହେବା ପାଇଁ ପ୍ରାୟ ୧୦୦ ଦିନ ଲାଗିବ ବୋଲି ସୂଚନା ମିଳିଛି ।

‘ଭାରତ’ ଓ ‘ଦବଙ୍ଗ୩’ ପରେ ସଲ୍ଲୁମିଆଁଙ୍କ ହାତରେ ଆଉ ଦୁଇଟି ପ୍ରୋଜେକ୍ଟ ମଧ୍ୟ ରହିଛି । ଗୋଟିଏ ହେଉଛି ସଞ୍ଜୟ ଲୀଲା ବନସାଲୀଙ୍କ ଇନସାଆଲ୍ଲା ଓ ଅନ୍ୟଟି ହେଉଛି ଆଉ ଏକ କୋରିଆନ୍ ଫିଲ୍ମ ‘ଭେଟରନ୍’ର ହିନ୍ଦୀ ରିମେକ୍ । ତେବେ ‘ଭାରତ’ର ଦମଦାର୍ ପୋଷ୍ଟର୍ ଓ ଟ୍ରେଲର୍ ଦେଖିବା ପରେ ଏହାର ମୁକ୍ତିଲାଭକୁ ସଲ୍ଲୁଙ୍କ ପ୍ରଶଂସକ ଚାତକ ଭଳି ଅନେଇ ବସିଛନ୍ତି ।

Leave a Reply

Your email address will not be published.