‘ଦବଙ୍ଗ୩’ରେ ୨ଜଣ ନୂଆ ନାୟିକାଙ୍କୁ ବ୍ରେକ୍ ଦେବେ ଭାଇଜାନ୍
ଆଜିକାଲି ସିନେ ମହଲରେ ସଲ୍ଲୁ ଭାଇଜାନଙ୍କ ଆଗାମୀ ଫିଲ୍ମ ‘ଭାରତ’କୁ ନେଇ ବେଶ୍ ଚର୍ଚ୍ଚା । ‘ଭାରତ’ର ପ୍ରମୋସନ୍ ଇଭେଣ୍ଟ୍ ସହିତ ସଲ୍ଲୁମିଆଁ ‘ଦବଙ୍ଗ୩’ର ସୁଟିଂ ଆରମ୍ଭ କରିଛନ୍ତି ବୋଲି ଖବର ଶୁଣିବାକୁ ମିଳୁଛି । ନୂଆ କଳାକାରଙ୍କୁ ବଲିଉଡରେ ବ୍ରେକ୍ ଦେବା କ୍ଷେତ୍ରରେ ସଲ୍ଲୁ ‘ବଲିଉଡର ଗଡ୍ଫାଦର୍’ ଭାବେ ଏକ ନୂଆ ପରିଚୟ ହାସଲ କରିଛନ୍ତି । ଏବେ ଏହି ଧାରାରେ ସେ ‘ଦବଙ୍ଗ୩’ରେ ୨ଜଣ ନୂଆ ନାୟିକାଙ୍କୁ ବ୍ରେକ୍ ଦେବାକୁ ଯାଉଛନ୍ତି । ଜଣେ ହେଉଛନ୍ତି ଭାଇଜାନଙ୍କ ଭାଣିଜୀ ଏଲିଜା ଅଗ୍ନିହୋତ୍ରୀ ଓ ଅନ୍ୟଜଣେ ହେଉଛନ୍ତି ମହେଶ ମାଞ୍ଜେରକରଙ୍କ ଝିଅ ଅଶ୍ୱମୀ । ସଲ୍ଲୁଙ୍କ ବଡ଼ ଭଉଣୀ ଅଲବିରାଙ୍କ ଝିଅ ହେଉଛନ୍ତି ଏଲିଜା ।
ଏହି ଦୁଇ ନୂଆ ନାୟିକା କେଉଁ ଭୂମିକାରେ ଆସିବେ, ତାହା କିଛି ସ୍ପଷ୍ଟ ହୋଇପାରିନାହିଁ । ‘ଦବଙ୍ଗ୩’ରେ ସଲ୍ଲୁଙ୍କ ବିପକ୍ଷର ନାୟିକା ସାଜିବେ ସୋନାକ୍ଷୀ ସିହ୍ନା । ପ୍ରଭୁ ଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ଡିସେମ୍ବର ୩୧ ତାରିଖ ଦିନ ମୁକ୍ତିଲାଭ କରିପାରେ ବୋଲି ସୂଚନା ମିଳିଛି ।