‘ଦବଙ୍ଗ ୩’ର ଟ୍ରେଲର୍ ରିଲିଜ୍

ଡିସେମ୍ବର ମାସରେ ସଲ୍ଲୁ ଭାଇଜାନ୍ ଦର୍ଶକଙ୍କୁ ଖ୍ରୀଷ୍ଟମାସ୍ ଉପହାର ଭାବେ ଦେବେ ‘ଦବଙ୍ଗ ୩’ । ଏହାର ଟ୍ରେଲର୍ ରିଲିଜ୍ ହୋଇସାରିଛି । ଏଥିରେ ଚୁଲବୁଲ୍ ପାଣ୍ଡେ ଭୂମିକାରେ ଆସିଥିବା ଭାଇଜାନଙ୍କ ଦମଦାର୍ ଡାଇଲଗ୍ ‘କୋଇ ଦବଙ୍ଗ ପୈଦା ନେହିଁ ହୋତା ହେ, ଉସକେ ପିଛେ ଏକ କାହାନୀ ଜରୁରୀ ହୋତି ହେ’ ଦର୍ଶକଙ୍କ ମନ କିଣିନେଇଛି । ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସଲମାନ୍, ଅରବାଜ୍ ଓ ନିଖିଲ୍ ଦ୍ୱିବେଦୀ । ଏହାର କାହାଣୀ ଲେଖିଛନ୍ତି ନିଜେ ସଲମାନ୍ ଖାନ୍ । ମ୍ୟୁଜିକ୍ ପ୍ରସ୍ତୁତି କରୁଛନ୍ତି ସାଜିଦ୍ ନାଦିଆୱାଲା । ଟ୍ରେଲରରେ ଥିବା ଅନ୍ୟ କେତୋଟି ଡାଇଲଗ୍ ଏବେ ପ୍ରଶଂସକଙ୍କ ପାଇଁ ଟ୍ରେଣ୍ଡ୍ ବନିଯାଇଛି । ସଲମାନଙ୍କ ସହିତ ସେନାକ୍ଷୀ ସିହ୍ନା, କିଚା ସୁଦୀପ୍, ସଇ ମାଞ୍ଜେରକର୍ ଓ ପ୍ରମୋଦ ଖାନ୍ନା ସ୍କ୍ରୀନ୍ ସେୟାର୍ କରିଛନ୍ତି ।

ପ୍ରଶଂସକଙ୍କ ସ୍ନେହଶ୍ରଦ୍ଧାକୁ ଦୃଷ୍ଟିରେ ରଖି ୯ଟି ସହର ଚେନ୍ନାଇ, ବାଙ୍ଗାଲୁରୁ, ହାଇଦ୍ରାବାଦ୍, ଦିଲ୍ଲୀ, ଜୟପୁର, କୋଲକାତା, ଅହମଦାବାଦ୍, ଇନ୍ଦୋର୍ ଓ ଲକ୍ଷେ୍ମାରେ ଟ୍ରେଲର୍ ପାଇଁ ସ୍ପେଶାଲ୍ ସ୍କ୍ରୀନିଙ୍ଗ୍ କରାଯାଇଛି । ‘ଦବଙ୍ଗ’ ଫ୍ରାଞ୍ଚାଇଜର ପୂର୍ବ ୨ଟି ଫିଲ୍ମର ବକ୍ସ ଅଫିସ୍ ସୁପରହିଟ୍ ହୋଇଥିଲା ଏବଂ ‘ଦବଙ୍ଗ ୩’ ମଧ୍ୟ ବକ୍ସ ଅଫିସରେ ଧମାକା କରିବ ବୋଲି ଟ୍ରେଡ୍ ଆନାଲିଷ୍ଟମାନେ ଏବେଠାରୁ ନିଶ୍ଚିତତା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.