ଆରମ୍ଭ ହେଲା ‘ଦବଙ୍ଗ୩’ର ସୁଟିଂ, ସୁଟିଂସେଟର ଫାଷ୍ଟ୍ ଫଟୋ ଭାଇରାଲ୍
‘ଭାରତ’ର ସୁଟିଂ ସାରିବା ପରେ ଏବେ ସଲ୍ଲୁ ଭାଇଜାନ୍ ‘ଦବଙ୍ଗ’ ସିରଜର ୩ୟ ଫିଲ୍ମ ‘ଦବଙ୍ଗ୩’ର ସୁଟିଂ ଆରମ୍ଭ କରିଛନ୍ତି । ସଲମାନ୍ ଓ ଭାଇ ଅରବାଜ୍ ଖାନ୍ ସୋମବାର ଦିନ ସୁଟିଂ ପାଇଁ ଇନ୍ଦୋର୍ ପହଞ୍ଚିଥିଲେ । ସୁଟିଂ ସମ୍ପର୍କିତ ସେଡ୍ୟୁଲ୍ ଟ୍ୱିଟର୍ ଆକାଉଣ୍ଟ୍ ମାଧ୍ୟମରେ ସେୟାର୍ କରାଯାଇଥିଲା । କହିରଖୁଛୁ ଏହି ଫିଲ୍ମର ନିର୍ଦ୍ଦେଶନା ଓ ନୃତ୍ୟ ନିର୍ଦ୍ଦେଶକ ଭାବେ ଅଛନ୍ତି ଡ୍ୟାନ୍ସିଙ୍ଗ୍ କିଙ୍ଗ୍ ପ୍ରଭୁ ଦେବା । ନର୍ମଦା ନଦୀ କୂଳରେ ପ୍ରଥମ ସୁଟିଂ କରାଯାଇଥିଲା । ସୁଟିଂ ପରେ ସଲମାନ୍ ଓ ଅରବାଜ୍ ସାଇକେଲ୍ ନେଇ ଆଖପାଖ ଜାଗା ବୁଲିବା ପାଇଁ ବାହାରିଥିଲେ । ଖୋଲା ରାଜରାସ୍ତାରେ ହଠାତ୍ ତାରକା ଦ୍ୱୟଙ୍କୁ ଦେଖିବା ପରେ ପ୍ରଶଂସକମାନଙ୍କ ଗହଳି ବଢିଥିଲା । ସୁଟିଂ ସେଟର ପ୍ରଥମ ଲୁକ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସଲ୍ଲୁଙ୍କ ପ୍ରଶଂସକ ‘ଦବଙ୍ଗ୩’ର ମୁକ୍ତିଲାଭକୁ ଚାତକ ଭଳି ଅନେଇ ବସିଛନ୍ତି ।