‘ଦବଙ୍ଗ ୩’ରେ ନୂଆ ଚେହେରା

ସଲ୍ଲୁ ଭାଇଜାନଙ୍କ ‘ଦବଙ୍ଗ’ ଫ୍ରାଞ୍ଚାଇଜର ଆଗାମୀ ଫିଲ୍ମ ‘ବଦଙ୍ଗ ୩’ର ସୁଟିଂ ଏବେ ଜୋରସୋର୍ରେ ଚାଲିଛି । ବିନୋଦ ଖାନ୍ନାଙ୍କ ନିଧନ ପରେ କାହାଣୀରେ ଚୁଲବୁଲ୍ ପାଣ୍ଡେଙ୍କ ବାପା ଭୂମିକାରେ କିଏ ଆସିବ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା । ଏବେ ସେ ସବୁର ପରିସମାପ୍ତି ଘଟିଛି ଏବଂ ନୂଆ ଚେହେରାରେ ଭାବେ ପ୍ରମୋଦ ଖାନ୍ନାଙ୍କୁ ସାଇନ୍ କରାଯାଇଛି । କହି ରଖୁଛୁ ପ୍ରମୋଦ ଖାନ୍ନା ହେଉଛନ୍ତି ବିନୋଦ ଖାନ୍ନାଙ୍କ ଭାଇ । ସଲମାନ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର୍ କରି ଏ ସମ୍ପର୍କିତ ଖବର ଦେବା ସହ ସୋସିଆଲ୍ ମିଡିଆ ମାଧ୍ୟମରେ ପ୍ରମୋଦଙ୍କ ସାକ୍ଷାତକାର କରାଇଛନ୍ତି । କାହାଣୀ ଅନୁଯାୟୀ ପ୍ରମୋଦ୍ ପ୍ରଜାପତି ପାଣ୍ଡେଙ୍କ ଭୂମିକାରେ ନଜର ଆସିବେ ।

ପ୍ରଭୁ ଦେବାଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଥ୍ରୀଲର୍ ଫିଲ୍ମରେ ପ୍ରମୋଦଙ୍କ ଅଭିନୟକୁ ନେଇ ସିନେପ୍ରେମୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ତେବେ ପ୍ରମୋଦ ନିଜ ଅଭିନୟ ଦ୍ୱାରା ସିନେପ୍ରେମୀଙ୍କ ମନ ଜିଣିବାରେ ସଫଳ ହୋଇ ପାରୁଛନ୍ତି କି ନାହିଁ ତାହା କେବଳ ସମୟ ହିଁ କହିବ । ଆସନ୍ତା ଡିସେମ୍ବର ମାସରେ ‘ଦବଙ୍ଗ ୩’ ରିଲିଜ୍ ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published.