‘ଡି’ ଅକ୍ଷରରୁ ଆରମ୍ଭ ହୋଇଥିବା ନାମଧାରୀ ବ୍ୟକ୍ତିମାନଙ୍କର ସ୍ୱଭାବ କିପରି, ଜାଣନ୍ତୁ

କୌଣସି ଏକ ନାମର ପ୍ରଥମ ଅକ୍ଷର ସହିତ ଜ୍ୟୋତିଷଶାସ୍ତ୍ରର ବିଶେଷ ସମ୍ପର୍କ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ନାମ ଆଧାରରେ ତା’ର ବ୍ୟକ୍ତିତ୍ୱର ପରିପ୍ରକାଶ ସମ୍ଭବ । ତେବେ ଆଜି ଆସନ୍ତୁ ଜାଣିବା ଇଂରାଜୀ ଅକ୍ଷର ‘ଡି’ ନାମଧାରୀ ବ୍ୟକ୍ତିଙ୍କ ସ୍ୱଭାବ ସମ୍ପର୍କରେ କିଛି ତଥ୍ୟ –
୧- ‘ଡି’ ନାମଧାରୀ ବ୍ୟକ୍ତି ବହୁତ ପରିଶ୍ରମୀ । ପ୍ରତ୍ୟେକ କାମକୁ ଆଗ୍ରହର ସହ ସମ୍ପୂର୍ଣ୍ଣ କରନ୍ତି ।
୨- ଏମାନେ ଖୁବ୍ ଇମୋସନାଲ୍ ସ୍ୱଭାବର ହୋଇଥାନ୍ତି । ତେଣୁ ଠିକ୍ ଭୁଲ୍ ବିଚାର ନକରି ସମସ୍ତଙ୍କ କଥାରେ ବିଶ୍ୱାସ କରିବା କାରଣରୁ ଅନେକ ସମୟରେ ଧୋକା ଖାଇଥାନ୍ତି ।
୩- ସେମାନେ ଖୁବ୍ ବିଶ୍ୱାସୀ ଏବଂ ବିନମ୍ର । ଶାନ୍ତ ଓ ସରଳ ଜୀବନଶୈଳୀ ପାଇଁ ସେମାନେ ଅନ୍ୟମାନଙ୍କ ପ୍ରିୟ ହୋଇପାରନ୍ତି ।
୪- ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ‘ଡି’ ନାମଧାରୀ ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ରହିଥାଏ । ଏହି ଝିଅମାନେ ଉଭୟ ବାପାଘର ଓ ଶାଶୁଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାନ୍ତି ।
୫- ନିଃସ୍ୱାର୍ଥପର ଭାବେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନେ ସବୁବେଳେ ଆଗେଇ ଆସିଥାନ୍ତି ।
୬- ସେମାନେ ଅଳ୍ପ ରାଗି ସ୍ୱଭାବର ହେଲେ ମଧ୍ୟ ଅଧିକ ସମୟ ଶତ୍ରୁତା ଭାବ ରଖନ୍ତି ନାହିଁ ।

Leave a Reply

Your email address will not be published. Required fields are marked *