୬ ଘଣ୍ଟା ପରେ ଓଡ଼ିଶା ମୁହାଁଇବ ଫନି

ଅତି ଭୀଷଣ ସାମୁଦ୍ରିକ ଝଡ଼ ବାତ୍ୟାରେ ପରିଣତ ହୋଇଥିବା ଫନି ଏବେ ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି। ଫୋନି ସମୁଦ୍ର ମଧ୍ୟରେ ରହି ଶକ୍ତି ସଂଗ୍ରହ କରିବା ସହ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ଏହା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର କେନ୍ଦ୍ରୀଭୂତ ହୋଇଛି। ପୁରୀଠାରୁ ୬୫୦ ଓ ବିଶାଖାପଟନମଠାରୁ ୩୯୦ କିମି ଦୂରରେ ଥିବା ଫୋନି ଆଉ ମାତ୍ର ୬ ଘଣ୍ଟା ପରେ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି।

ଫନି ପରବର୍ତ୍ତୀ ୬ ଘଣ୍ଟା ଯାଏ ଆନ୍ଧ୍ର ଉପକୂଳ ଦେଇ ଗତି କରିବ। ଏହା ପରେ ଦିଗ ବଦଳାଇ ଓଡ଼ିଶା ମୁହାଁ ହେବ।  ମେ’ ୩ ତାରିଖ ମଧ୍ୟାହ୍ନ ସମୟରେ ଫନି ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୧୭୦ରୁ ୧୮୦ କିମି ରହିବ। ଏପରି କି ଏହାର ବେଗ ୨୦୦ କିମି ମଧ୍ୟ ଟପିଯାଇ ପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାର ସଂଧ୍ୟା ୫.୩୦ରେ ସ୍ଥଳଭାଗ ଛୁଇଁବ ଫନି

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଏବେ ତୀବ୍ର ରୂପ ନେଇଛି। ଘଣ୍ଟାକୁ ୬ କିମି ବେଗରେ ଓଡ଼ିଶା ମୁହାଁ ହୋଇଛି। ସାମୁଦ୍ରିକ ଝଡ଼ ଫୋନି ଆସନ୍ତା ୩ ତାରିଖ ସଂଧ୍ୟା ୫.୩୦ରେ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ମିଲିଛି। ଆସନ୍ତା ୩ ତାରିଖ ସଂଧ୍ୟା ୫.୩୦ରେ ସ୍ଥଳଭାଗ ଛୁଇଁବ ଫୋନି। ଆଇଏମଡି ରିପୋର୍ଟ ଆଧାରରେ ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର। 

Leave a Reply

Your email address will not be published.