ସିଭି ରମଣ- ଆଉଏକ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର (ଓଟି): ସିଭି ରମଣ ଇଞ୍ଜିନିୟରିଂ କଲେଜକୁ ମିଳିଛି ବିଶ୍ୱବିଦ୍ୟାଳୟ ମାନ୍ୟତା । ଫଳରେ କଲେଜର ନୂଆ ନାଁ ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟି ହୋଇଛି । ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ସେବା ସମ୍ପନ୍ନ ପାଠ୍ୟକ୍ରମ ସୁବିଧା ରହିଥିବା ବିଶ୍ୱବିଦ୍ୟାଳୟ ଫ୍ୟୁଚର ଅଫ୍ ସ୍କିଲ୍ର ସମସ୍ତ ବିଭାଗରେ ଅତ୍ୟାଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରାଯିବ । ସେହିପରି ବିଶ୍ୱସ୍ତରୀୟ ଶିଳ୍ପସଂସ୍ଥା ସହବନ୍ଧନରେ ପାଠ୍ୟଖସଡ଼ା ପ୍ରସ୍ତୁତି ଏବଂ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।
ଆଗାମୀ ଦିନରେ ବିଭିନ୍ନ ନୂତନ ପାଠ୍ୟକ୍ରମ ଆରମ୍ଭ କରିବା ସହ ପୁରାତନ ପାଠ୍ୟକ୍ରମର ଗୁଣମାନ ବୃଦ୍ଧି କରିବା ଏବଂ ବିଦେଶରୁ ବିଭିନ୍ନ ଶିକ୍ଷାବିତ୍ ମାନଙ୍କୁ ନିଯୁକ୍ତ କରାଯାଇ ଏହାର ଶୈକ୍ଷିକ ପରିବେଶକୁ ଉନ୍ନତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୀବ କୁମାର ରାଉତ ସୂଚନା ଦେଇଛନ୍ତି ।