ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶାରୁ ୧.୫୪ କୋଟି ନଗଦ ଟଙ୍କା ଜବତ

ସାରା ଦେଶରୁ ୫୪୦ କୋଟି ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ

ତାମିଲନାଡ଼ୁ, ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶରୁ ସର୍ବାଧିକ ପରିମାଣରେ ଟଙ୍କା ଜବତ

ଲୋକସଭା ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ଭାରତର ନିର୍ବାଚନ ଆୟୋଗଙ୍କ ତତ୍ତ୍ୱାବଧାନରେ ଦେଶବ୍ୟାପୀ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ନଗଦ ଟଙ୍କା, ମଦ, ନିଷାଦ୍ରବ୍ୟ, ମୂଲ୍ୟବାନ ଧାତୁ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ମାର୍ଚ୍ଚ ୨୫, ୨୦୧୯ ସୁଦ୍ଧା ହସ୍ତଗତ ତଥ୍ୟ ଅନୁଯାୟୀ ସାରା ଦେଶରୁ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ଚଢ଼ାଉ କରି ପାଖାପାଖି ୫୪୦ କୋଟି ଟଙ୍କା ମୂଲ୍ୟର ନଗଦ ଅର୍ଥ ରାଶି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି।

ଏହି ଅବଧି ସୁଦ୍ଧା ମୋଟ ୧୪୩.୪୭ କୋଟି ଟଙ୍କାର ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ୮୯.୬୪ କୋଟି ଟଙ୍କାର ମଦ ଜବତ କରାଯାଇଛି। ସେହିପରି ୧୩୧.୭୫ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି। ଜବତ ହୋଇଥିବା ସୁନା ଆଦି ମୂଲ୍ୟବାନ ଧାତୁର ପରିମାଣ ୧୬୨.୯୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏତଦ‌୍‍ବ୍ୟତୀତ ୧୨.୨୦୨ କୋଟି ଟଙ୍କାର ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ କରାଯାଇଛି। ତାମିଲନାଡ଼ୁ, ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶରୁ ସର୍ବାଧିକ ପରିମାଣରେ ଜବତ କରାଯାଇଥିବା ଜଣାପଡ଼ିଛି।

ଓଡ଼ିଶାରୁ ୦.୧୫୪ କୋଟି ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ୫୩ ଲକ୍ଷ ଲିଟର ମଦ ଜବତ କରାଯାଇଛି, ଯାହାର ପରିମାଣ ପାଖାପାଖି ୧.୩୭ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ସେହିପରି ୦.୦୧୨ କୋଟି ଟଙ୍କାର ଅନ୍ୟାନ୍ୟ ଜବତ ସାମଗ୍ରୀକୁ ମିଶାଇ ମୋଟ ଜବତ ପରିମାଣ ୧.୫୪ କୋଟି ଟଙ୍କା ରହିଛି।

ଆଣ୍ଡାମାନ ନିକୋବର ଦ୍ୱୀପସମୂହରୁ ମୋଟ ୦.୦୯ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ଏଥିରେ ୦.୦୪ କୋଟି ଟଙ୍କାର ଚୋରା ମଦ ଏବଂ ୦.୦୫ କୋଟି ଟଙ୍କାର ନିଶାଦ୍ରବ୍ୟ ରହିଛି। ଆନ୍ଧ୍ରପ୍ରଦେଶରୁ ଜବତ ହୋଇଥିବା ମୋଟ ୧୦୩.୪ କୋଟି ଟଙ୍କାର ସାମଗ୍ରୀ ମଧ୍ୟରେ ୫୫ କୋଟି ଟଙ୍କାର ନଗଦ ଟଙ୍କା, ୧୨ କୋଟି ଟଙ୍କାର ମଦ, ୦.୪ କୋଟି ଟଙ୍କାର ନିଶାଦ୍ରବ୍ୟ ୩୦ କୋଟି ଟଙ୍କାର ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ରହିଥିବା ବେଳେ ୬ କୋଟି ଟଙ୍କାର ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ରହିଛି। ଅରୁଣାଚଳ ପ୍ରଦେଶରୁ ଜବତ ସାମଗ୍ରୀ ମଧ୍ୟରେ ରହିଛି ୨.୨୮ କୋଟି ନଗଦ ଟଙ୍କା ଏବଂ ୦.୭୩୫ କିଗ୍ରା ନିଶାଦ୍ରବ୍ୟ।

ସେହିପରି ଆସାମରୁ ୩.୯୭ କୋଟି ନଗଦ ଟଙ୍କା ୦.୨୧ କୋଟି ଟଙ୍କାର ମଦ, ୦.୦୧୩ କୋଟି ଟଙ୍କା ମୂଲ୍ୟର ୦.୦୦୬ କିଗ୍ରା ନିଶାଦ୍ରବ୍ୟକୁ ମିଶାଇ ୪.୨୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି। ବିହାରରୁ ୦.୫୨ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଜବତ କରାଯାଇଥିବା ବେଳେ ଏଥିମଧ୍ୟରେ ରହିଛି ୩୨ ଲକ୍ଷ ଟଙ୍କାର ନଗଦ ସାମଗ୍ରୀ ସହିତ ୦.୨ କୋଟି ଟଙ୍କାର ଚୋରା ମଦ। କେନ୍ଦ୍ର ଶାସିତ ପ୍ରଦେଶ ଚଣ୍ଡିଗଡ଼ରୁ ୦.୦୫୭ କୋଟି ଟଙ୍କାର ଜବତ ସାମଗ୍ରୀ ମଧ୍ୟରେ ୦.୦୪୪ କୋଟି ଟଙ୍କାର ନିଶାଦ୍ରବ୍ୟ ରହିଛି। ଛତିଶଗଡ଼ରୁ ୦.୪୮ କୋଟି ଟଙ୍କାର ସାମଗ୍ରୀ ମଧ୍ୟରେ ରହିଛି ୦.୨୪ କୋଟି ଟଙ୍କାର ନଗଦ ଟଙ୍କା, ୦.୦୪ କୋଟି ଟଙ୍କାର ଚୋରା ମଦ ଏବଂ ୦.୦୨ କୋଟି ଟଙ୍କାର ଅନ୍ୟାନ୍ୟ ସରଞ୍ଜାମ ।

ଅନ୍ୟତମ କେନ୍ଦ୍ର ଶାସିତ ଅଞ୍ଚଳ ଡାମନ ଡିଉରୁ ୦.୩୨ କୋଟି ନଗଦ ଟଙ୍କା ସହିତ ୦.୦୪ ଲକ୍ଷ ଲିଟର ମଦ ଜବତ କରାଯାଇଛି। ସେହିପରି ଗୋଆରୁ ୦.୨୩ କୋଟି ନଗଦ ଟଙ୍କା ସହିତ ୦.୧୧୦ କୋଟି ଟଙ୍କାର ଚୋରା ମଦ ଓ ୦.୧୮୫ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି। ସେହିପରି ଗୁଜରାଟରୁ ଜବତ ୬ କୋଟି ଟଙ୍କାର ସାମଗ୍ରୀ ମଧ୍ୟରେ ରହିଛି ନଗଦ ୧.୨୩ କୋଟି ଟଙ୍କା ଏବଂ ୪.୭୭ କୋଟି ଟଙ୍କା ମୂଲ୍ୟର ୧.୭୪ ଲକ୍ଷ ଲିଟର ମଦ। ହିମାଚଳ ପ୍ରଦେଶରୁ ୦.୦୪୨ କୋଟି ନଗଦ ଟଙ୍କା ୧.୧୫ ଲକ୍ଷ ଲିଟର ଚୋରା ମଦ ଯାହାର ଆନୁମାନିକ ମୂଲ୍ୟ ୦.୪୯୪ କୋଟି ଟଙ୍କା ହେବ ସହିତ ୦.୨୯୭ କୋଟି ଟଙ୍କାର ନିଶାଦ୍ରବ୍ୟକୁ ମିଶାଇ ୦.୮୩୩ କୋଟି ଟଙ୍କା ସାମଗ୍ରୀ ଜବତ କରାଯାଇଛି। ଝାଡ଼ଖଣ୍ଡରୁ ନଗଦ ୦.୨୨ କୋଟି ଟଙ୍କା ୦.୦୭୩ କୋଟି ଟଙ୍କା ମୂଲ୍ୟର ୦.୦୨୯ ଲକ୍ଷ ଲିଟର ଚୋରା ମଦ, ୬୫୯.୭ କିଗ୍ରା ନିଶାଦ୍ରବ୍ୟକୁ ମିଶାଇ ମୋଟ ୦.୩୦ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି।

କର୍ଣ୍ଣାଟକରୁ ଜବତ ହୋଇଥିବା ୨୬.୫୩ କୋଟି ଟଙ୍କାର ସାମଗ୍ରୀ ମଧ୍ୟରେ ରହିଛି ନଗଦ ୫.୯୫ କୋଟି ଟଙ୍କା, ୧୯.୮୮ କୋଟି ଟଙ୍କା ମୂଲ୍ୟର ୪.୯୦ ଲକ୍ଷ ଲିଟର ମଦ, ୧୭୨.୧୧ କିଗ୍ରା ନିଶାଦ୍ରବ୍ୟ ଯାହାର ମୂଲ୍ୟ ୦.୮୦ କୋଟି ଟଙ୍କା ହେବ, ପ୍ରାୟ ୦.୧୮ କୋଟି ଟଙ୍କା ମୂଲ୍ୟର ୦.୧୬୨ କିଗ୍ରା ସୁନା ଓ ୩୪ କିଗ୍ରା ରୂପା, ଓ ୦.୪୪ କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ।

ମଧ୍ୟପ୍ରଦେଶରୁ ନଗଦ ୩.୫୪ କୋଟି ଟଙ୍କା, ୩.୭୬ କୋଟି ଟଙ୍କା ମୂଲ୍ୟର ୧୨.୦୩ ଲକ୍ଷ ଲିଟର ଚୋରା ମଦ, ୨୮୨.୪୦୬ କିଗ୍ରା ନିଶାଦ୍ରବ୍ୟ ଯାହାର ମୂଲ୍ୟ ୦.୧୭ କୋଟି ଟଙ୍କା ହେବ, ପ୍ରାୟ ୦.୨୫ କୋଟି ଟଙ୍କାର ୫୯ କିଗ୍ରା ମୂଲ୍ୟବାନ ଧାତୁ, ୧.୪୬ କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀକୁ ମିଶାଇ ମୋଟ ୯.୧୯୭ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି।

ମହାରାଷ୍ଟ୍ରରୁ ଜବତ ୧୯.୧୧ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ମଧ୍ୟରେ ୫.୯୦ କୋଟି ନଗଦ ଟଙ୍କା, ୯.୭୧ କୋଟି ଟଙ୍କା ମୂଲ୍ୟର ୧୨.୦୩ ଲକ୍ଷ ଲିଟର ଚୋରା ମଦ, ୩.୧୧ କୋଟି ଟଙ୍କା ମୂଲ୍ୟର ୩୬.୬ କିଗ୍ରା ନିଶାଦ୍ରବ୍ୟ, ୦.୪୮ କୋଟି ଟଙ୍କାର ମୂଲ୍ୟବାନ ଧାତୁ ରହିଛି। ସେହିପରି ମଣିପୁରରୁ ୨୨.୬୨ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଥିବା ବେଳେ ଏଥିମଧ୍ୟରେ ରହିଛି ୦.୦୩ କୋଟି ନଗଦ ଟଙ୍କା, ୦.୨୯ କୋଟି ଟଙ୍କାର ୦.୩୧ ଲକ୍ଷ ଲିଟର ଚୋରା ମଦ, ୨୧.୧୮ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ, ୧.୧୨ କୋଟି ଟଙ୍କାର ମୂଲ୍ୟବାନ ଧାତୁ ରହିଛି। ମେଘାଳୟରୁ ୦.୨୪ କୋଟି ନଗଦ ଟଙ୍କା ସହିତ ୦.୦୨ କୋଟି ଟଙ୍କା ମୂଲ୍ୟର ଚୋରା ମଦ ଜବତ କରାଯାଇଛି। ମିଜୋରାମରୁ ୦.୧୮ କୋଟି ଟଙ୍କାର ସାମଗ୍ରୀ ମଧ୍ୟରେ ରହିଛି ୦.୦୬ କୋଟି ଟଙ୍କାର ମଦ ଏବଂ ୦.୧୨ କୋଟି ଟଙ୍କାର ନିଶାଦ୍ରବ୍ୟ। ନାଗାଲ୍ୟାଣ୍ଡରୁ ୦.୭୦ କୋଟି ନଗଦ ଟଙ୍କା, ୦.୬୩ କୋଟି ଟଙ୍କାର ୦.୧୯ ଲକ୍ଷ ଲିଟରମଦ, ୦.୦୪ କୋଟି ଟଙ୍କା ମୂଲ୍ୟର ୨୧ କିଗ୍ରା ନିଶାଦ୍ରବ୍ୟକୁ ମିଶାଇ ମୋଟ ୧.୩୯ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି। ପୁଡୁଚେରୀରୁ ୦.୧୭ କୋଟି ନଗଦ ଟଙ୍କା ସହିତ ୦.୦୩ କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ପଞ୍ଜାବରୁ ମୋଟ ୯୨.୮ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଥିବା ବେଳେ ଏଥିମଧ୍ୟରେ ରହିଛି ୫.୨୦ କୋଟି ନଗଦ ଟଙ୍କା, ୧.୪୭ ଲକ୍ଷ ଲିଟର ମଦ ଯାହାର ମୂଲ୍ୟ ୩.୨୨ କୋଟି ଟଙ୍କା ହେବ, ୮୪.୩୪ କୋଟି ଟଙ୍କାର ନିଶାଦ୍ରବ୍ୟ ଓ ୦.୧୪୯ କୋଟି ଟଙ୍କାର ମୂଲ୍ୟବାନ ସାମଗ୍ରୀ। ରାଜସ୍ଥାନରୁ ୮.୩୩ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି। ଏଥିରେ ୦.୩୪ କୋଟି ନଗଦ ଟଙ୍କା, ୨.୮୧ କୋଟି ଟଙ୍କାର ମଦ, ୩.୬୭ କୋଟି ଟଙ୍କାର ନିଶାଦ୍ରବ୍ୟ, ୧.୫ କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ ସାମିଲ। ସିକ୍କିମରୁ ୩୯୩ ଲକ୍ଷ ଲିଟର ମଦ ସମେତ ୦.୦୨୭ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି।

ତାମିଲନାଡ଼ୁରୁ ୩୬.୬ କୋଟି ନଗଦ ଟଙ୍କା ୦.୧୩ କୋଟି ଟଙ୍କାର ଚୋରା ମଦ, ୦.୧୫ କୋଟି ଟଙ୍କାର ନିଶାଦ୍ରବ୍ୟ, ୬୮ କୋଟି ଟଙ୍କାର ମୂଲ୍ୟବାନ ଧାତୁ, ୨.୩୬ କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ସମେତ ମୋଟ ୧୦୭.୨୪ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ କରାଯାଇଛି। ତେଲଙ୍ଗାନାରୁ ୮.୨୧ କୋଟି ଟଙ୍କାର ଜବତ ସାମଗ୍ରୀ ମଧ୍ୟରେ ରହିଛି ୫.୨୬ କୋଟି ନଗଦ ଟଙ୍କା, ୦.୩୯ କୋଟି ଟଙ୍କାର ମଦ, ୨.୩୮ କୋଟି ଟଙ୍କାର ନିଶାଦ୍ରବ୍ୟ, ୦.୧୬ କୋଟି ଟଙ୍କାର ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ। ସେହିପରି ତ୍ରିପୁରାରୁ ୦.୭୦ କୋଟି ଏବଂ ଉତ୍ତରାଖଣ୍ଡରୁ ୨.୨୯ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି।

ଉତ୍ତରପ୍ରଦେଶରୁ ୮.୨୬ କୋଟି ନଗଦ ଟଙ୍କା, ୨୨.୫୫ କୋଟି ଟଙ୍କା ମୂଲ୍ୟର ୮.୦୬ ଲକ୍ଷ ଲିଟର ଚୋରା ମଦ, ୧୪.୬୮ କୋଟି ଟଙ୍କା ମୂଲ୍ୟର ୧୧୬୦.୨ କିଗ୍ରା ନିଶାଦ୍ରବ୍ୟ, ୫୯.୦୪ କୋଟି ଟଙ୍କାର ମୂଲ୍ୟବାନ ଧାତୁ ସମେତ ମୋଟ ୧୦୪.୫୩ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ପଶ୍ଚିମବଙ୍ଗରୁ ଜବତ ହୋଇଥିବା ମୋଟ ୧୬.୨୯୫ କୋଟି ଟଙ୍କାର ସାମଗ୍ରୀ ମଧ୍ୟରେ ରହିଛି ନଗଦ ୬.୪୩ କୋଟି ଟଙ୍କା, ୫.୨୪ କୋଟି ଟଙ୍କାର ୪.୪ ଲକ୍ଷ ଲିଟର ଚୋରା ମଦ, ୦.୧୬ କୋଟି ଟଙ୍କାର ନିଶାଦ୍ରବ୍ୟ, ୩.୫୧ କୋଟି ଟଙ୍କାର ମୂଲ୍ୟବାନ ଧାତୁ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ଧର୍ମେନ୍ଦ୍ରଙ୍କ ମନୋମୁଖୀ କାରବାରକୁ ନେଇ ସଂଘ ଦୁଇ ଫାଳ

ବିଜେପି ଛାଡ଼ିଲେ ସୁବାସ ଚୌହ୍ୱାନ

ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବି : ଡା. ସମ୍ୱିତ ପାତ୍ର

Leave a Reply

Your email address will not be published. Required fields are marked *