ଖସିଲା କ୍ରୁଡ୍ ଅଏଲ୍ ଦର

ନୂଆଦିଲ୍ଲୀ (ଓଟି): ଅଶୋଧିତ ପେଟ୍ରୋଲିୟମ (କ୍ରୁଡ୍ ଅଏଲ) ଉତ୍ପାଦନକୁ ନେଇ ଦୁଇ ପ୍ରମୁଖ ରାଷ୍ଟ୍ର ସାଉଦି ଆରବ ଏବଂ ରୁଷିଆ ମଧ୍ୟରେ ଲାଗିରହିଛି ମତଭେଦ। ଏହାରି ମଧ୍ୟରେ ଆନ୍ତର୍ଜାତିକ ବଜାରରେ ବ୍ରେଣ୍ଟ କ୍ରୁଡ୍ ଅଏଲ ମୂଲ୍ୟ ସର୍ବନିମ୍ନ ଭାବେ ବ୍ୟାରେଲ ପିଛା ୩୨ ଡଲାରରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱସ୍ତରରେ ଅଶୋଧିତ ପେଟ୍ରୋଲିୟମ ଉତ୍ପାଦନରେ ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହାପଛକୁ ଦ୍ୱିତୀୟ ରାଷ୍ଟ୍ର ଭାବେ ସାଉଦି ଆରବ ଏବଂ ତୃତୀୟରେ ରୁଷିଆ ରହିଛି। ତେବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ପେଟ୍ରୋଲିୟମ ମୂଲ୍ୟରେ ସ୍ଥିରତା ରଖିବା ସହିତ ବଜାର ନିୟନ୍ତ୍ରଣ କରିବା ନେଇ ଉତ୍ପାଦନ ସ୍ଥିତିରେ ମଧ୍ୟ ନିୟନ୍ତ୍ରଣ ରଖିବା ନେଇ ରୁଷିଆ ଏବଂ ସାଉଦି ଆରବ ନେତୃତ୍ୱରେ ଓପେକ୍ ରାଷ୍ଟ୍ରମାନଙ୍କ ସହ ୨୦୧୪ରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ସାମ୍ପ୍ରତିକ କରୋନା ସ୍ଥିତିକୁ ନେଇ ଏବେ ସାଉଦି ଆରବ ପେଟ୍ରୋଲିୟମ ଉତ୍ପାଦନ କାଟ୍ କରିବାକୁ ଉଦ୍ୟମ କରୁଥିବା ବେଳେ ରୁଷିଆ କିନ୍ତୁ ଭିନ୍ନ ଉପାୟ ଅବଲମ୍ବନ କରିଛି।  ଉପରୋକ୍ତ ଚୁକ୍ତି ଉଲ୍ଲଂଘନ କରି ବିଶ୍ୱ ପେଟ୍ରୋଲିୟମ ବଜାରରେ ଆମେରିକାର ଆଧିପତ୍ୟ କ୍ଷୁଣ୍ଣ କରିବା ଉଦ୍ଦେଶ୍ୟରେ ରୁଷିଆ ଉତ୍ପାଦନ ବୃଦ୍ଧି କରୁଥିବାରୁ ସାଉଦି ଆରବ କ୍ଷୁବ୍ଧ ହେବା ସହିତ ପେଟ୍ରୋଲିୟମ ଉତ୍ପାଦନ ବୃଦ୍ଧି କରିଥିବାରୁ ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମ ମୂଲ୍ୟରେ ସର୍ବାଧିକ ହ୍ରାସ ଘଟିଛି। ହେଲେ ଏଭଳି ସ୍ଥିତିକୁ ନେଇ ମଧ୍ୟ ବିଶ୍ୱ ଶେୟାର ବଜାର ପ୍ରଭାବିତ ହୋଇଛି।

Leave a Reply

Your email address will not be published.