କରୋନା ଆତଙ୍କ: ସିଆର୍‌ପିଏଫ୍‌ ଯବାନଙ୍କୁ ହରାଇଲା ଦେଶ

ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍‌): ରାଜଧାନୀ ଦିଲ୍ଲୀରେ ଆଉ ୧୨ ଜଣ ସିଆର୍‌ପିଏଫ୍‌ ଯବାନ ମହାମାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଫଳରେ ମୋଟ ୪୭ଜଣ ସିଆର୍‌ପିଏଫ୍‌ ଯବାନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କିନ୍ତୁ ଦୁଃଖଦ ଘଟଣା କ୍ରମେ ଆକ୍ରାନ୍ତ ଯବାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଛନ୍ତି। ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ ଫୋର୍ସର ୫୫ ବର୍ଷୀୟ ଯବାନ ପ୍ରାଣ ହରାଇଥିବା ଜଣାପଡ଼ିବା ପରେ ସେନା ଶିବିରରେ ଦୁଃଖ ଖେଳି ଯାଇଛି। ଏଥିସହ ଦେଶ ପ୍ରଥମ ସିଆର୍‌ପିଏଫ୍‌ ଯବାନଙ୍କୁ ମହାମାରୀରେ ହରାଇଥିବା ଜଣାପଡ଼ିଛି।

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଅଧୀନରେ ପ୍ରାୟ ୧୦ ଲକ୍ଷ ସିଆର୍‌ପିଏପ୍‌ ଯବାନ କାର୍ଯ୍ୟ କରୁଛନ୍ତି। ପ୍ରାଣ ହରାଇଥିବା ଯବାନ ଜଣଙ୍କ ସିଆର୍‌ପିଏଫ୍‌ର ଉପ-ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ପୂର୍ବରୁ ସେ ସଂକ୍ରମିତ ହୋଇ ସଫଦରଗଞ୍ଜ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଦିଲ୍ଲୀରେ ୩୧ ବାଟାଲିୟନରେ ମୁତୟନ ଥିବା ୫୫ ବର୍ଷୀୟ  ଯବାନ ମଙ୍ଗଳବାର ପ୍ରାଣ ହରାଇଛନ୍ତି। ସେ ଆସାମର ବାରପେଟା ଜିଲ୍ଲାର ବାସିନ୍ଦା ଥିଲେ। ଅନ୍ୟପକ୍ଷରେ ତାଙ୍କର ଉଚ୍ଚ ରକ୍ତଚାପ ମଧ୍ୟ ରହିଥିଲା। ତେବେ ବାଟାଲିୟନର ପ୍ରାୟ ୩୧ ଜଣଙ୍କୁ ସଂକ୍ରମିତ ଆଶଙ୍କା କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେ ତାଙ୍କ ସହକର୍ମୀଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ବିଏସ୍ଏଫ୍‌ର କେତେକ ଯବାନ ମଧ୍ୟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *