ଅପରାଧିକ ପ୍ରାର୍ଥୀଙ୍କୁ ୫୦ପ୍ରତିଶତରୁ ଅଧିକ ଭୋଟ
ଭାରତୀୟ ନିର୍ବାଚନ ରାଜନୀତିର ଧାରା ଦିନକୁ ଦିନ ବଦଳିବାରେ ଲାଗିଛି । ପୂର୍ବରୁ କୌଣସି ଅପରାଧିକ ପୃଷ୍ଟଭୂମି ଥିବା ପ୍ରାର୍ଥୀଙ୍କୁ ମତଦାତାମାନେ ପସନ୍ଦ କରୁନଥିଲେ । କିନ୍ତୁ ଏବେ ସମୟ ସହିତ ମତଦାତାଙ୍କ ଚିନ୍ତାଧାରାରେ ବି ପରିବର୍ତ୍ତନ ଆସିଛି । ମତଦାତାମାନେ ସ୍ୱଚ୍ଛ ନେତାଙ୍କ ପରିବର୍ତ୍ତେ ଅପରାଧିକ ପୃଷ୍ଟଭୂମି ଥିବା ନେତାଙ୍କୁ ଅଧିକରୁ ଅଧିକ ପସନ୍ଦ କରୁଛନ୍ତି । ଲୋକସଭାର ୬୩ ପ୍ରତିଶତ ଅର୍ଥାତ ୫୪୨ ଆସନ ମଧ୍ୟରୁ ୩୪୧ଜଣ ପ୍ରାର୍ଥୀଙ୍କୁ ୫୦ପ୍ରତିଶତରୁ ଅଧିକ ଭୋଟ ମିଳିଛି । ଆଉ ଏହି ପ୍ରାର୍ଥୀମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ଆକ୍ସନ ଫର ଡେମୋକ୍ରାଟିକ ରିସର୍ଚ୍ଚ (ଏଡ଼ିଆର) ପକ୍ଷରୁ କୁହାଯାଇଛି ।
ଏଡ଼ିଆର ରିପୋର୍ଟ ଅନୁସାରେ ଲୋକସଭାର ୩୭ ପ୍ରତିଶତ ଅର୍ଥାତ ୨୦୧ ଜଣ ପ୍ରାର୍ଥୀ ୫୦ ପ୍ରତିଶତରୁ କମ୍ ଭୋଟ ପାଇ ବିଜୟ ହାସଲ କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ମତଦାନ ହୋଇଥିବା ଅନୁପାତରେ ବିଜୟ ଅନୁପାତ ୫୨.୭ ପ୍ରତିଶତ ରହିଛି । ଶାସକ ଦଳ ଭାରତୀୟ ଜନତା ପାର୍ଟିର ୩୦୩ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୯ଜଣ (୨୬ ପ୍ରତିଶତ) ପ୍ରାର୍ଥୀଙ୍କ ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିବା ମତର ୫୦ ପ୍ରତିଶତରୁ କମ୍ ଭୋଟ ମିଳିଛି ।
କଂଗ୍ରେସରୁ ବିଜୟୀ ହୋଇଥିବା ୫୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୪ଜଣ (୬୫ ପ୍ରତିଶତ)ଙ୍କୁ ୫୦ ପ୍ରତିଶତରୁ କମ୍ ଭୋଟ ମିଳିଛି । କଂଗ୍ରେସର ସହଯୋଗୀ ଡ଼ିଏମକେର ୨୩ଜଣ ବିଜୟୀ ସାଂସଦଙ୍କ ମଧ୍ୟରୁ ୪ଜଣଙ୍କୁ ୫୦ ପ୍ରତିଶତରୁ କମ୍ ଭୋଟ ମିଳିଛି ।
୨୦୧୯ ନିର୍ବାଚନରେ ଅପରାଧିକ ମାମଲା ଥିବା ୨୩୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୩୨ଜଣ ୫୦ପ୍ରତିଶତରୁ ଅଧିକ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଛନ୍ତି । ଏହି ୨୩୩ଜଣ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ୧୧୫ଜଣ ସ୍ୱଚ୍ଛ ନେତା ବିଜୟୀ ହୋଇଛନ୍ତି ବୋଲି ଏଡ଼ିଆର ରିପୋର୍ଟରେ କୁହାଯାଇଛି ।
ନିର୍ବାଚନରେ ଅଂଶଗ୍ରହଣ କରିଥିବା ୪୭୫ଜଣ କୋଟିପତି ବିଜୟୀ ପ୍ରାର୍ଥୀ ମାତ୍ର ୫୪ଜଣ ଅଣକୋଟିପତି ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି । ଏମାନଙ୍କୁ ମାତ୍ର ୫ଜଣଙ୍କୁ ୩୦ ପ୍ରତିଶତରୁ ଅଧିକ ଭୋଟ ମିଳିଥିବାବେଳେ ୪୮ଜଣ ଅଣକୋଟିପତି ପ୍ରାର୍ଥୀ କୋଟିପତି ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି । ଏହି ୪୮ଜଣଙ୍କୁ ମଧ୍ୟରୁ ୨୧ଜଣ ୫୦ ପ୍ରତିଶତରୁ ଅଧିକ ଭୋଟ ହାସଲ କରିଛନ୍ତି । କୋଟିପତି ପ୍ରାର୍ଥୀ ୩୧୩ଜଣ (୬୬ ପ୍ରତିଶତ) ୫୦ ପ୍ରତିଶତରୁ ଅଧିକ ଭୋଟ ହାସଲ କରିଛନ୍ତି ବୋଲି ଏଡ଼ିଆର ରିପୋର୍ଟରେ କୁହାଯାଇଛି ।