#covid19updates: ଭାରତରେ ୨୫୪୩, ମହାରାଷ୍ଟ୍ରରେ ସର୍ବାଧିକ ୪୨୩

ଭୁବନେଶ୍ଵର, (ଓଟି): ସମଗ୍ର ଭାରତରେ ନିଆଁପରି ବଢ଼ି ଚାଲିଛି କରୋନା ଭାଇରସ୍‌ ଡିଜିଜ୍‌ ୨୦୧୯ ବା କୋଭିଡ୍‌୧୯। ସର୍ବଶେଷ ତଥ୍ୟ ଅନୁସାରେ ଏଯାଏ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୪୩ ରହିଛି। ଗତ ୨୪ ଘଣ୍ଟା ଭିତରେ ୫୦୦ରୁ ଅଧିକ ନୂଆ କରୋନା ପଜିଟିଭ୍‌ ଚିହ୍ନିତ ହୋଇଛନ୍ତି। ଦେଶର ଏହି ସଂଖ୍ୟା ବଢ଼ିବା ପଛରେ ଅନେକ କାରଣ ରହିଛି। ମୁଖ୍ୟତଃ ନିଜାମୁଦ୍ଦିନ ଜମାତରେ ଯୋଗ ଦେଇଥିବା ଶ୍ରଦ୍ଧାଳୁଙ୍କୁ ସଂକ୍ରମଣ ଏବଂ ସେମାନେ ଦେଶର ବିଭିନ୍ନ ରାଜ୍ୟକୁ ଯାଇ ସେଠାରେ ସଂକ୍ରମିତ କରିବା ଦ୍ଵାରା ପରିସ୍ଥିତି ଉତ୍କଟ ହୋଇଛି ।

ଭାରତର ଟପ୍‌୫ ସଂକ୍ରମିତ ରାଜ୍ୟ ହେଉଛନ୍ତି ମହାରାଷ୍ଟ୍ର, ତାମିଲ୍‌ନାଡ଼ୁ,  ଦିଲ୍ଲୀ, କେରଳ ଏବଂ ତେଲେଙ୍ଗାନା। ମହାରାଷ୍ଟ୍ରରେ ସର୍ବାଧିକ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏହି ସଂଖ୍ୟା ହେଉଛି ୪୨୩।  ଦେଶର ସମୁଦାୟ ପଜିଟିଭ୍‌ଙ୍କ ଭିତରେ ମହାରାଷ୍ଟ୍ରର ଅଂଶ ହେଉଛି ୧୬.୨୩ ପ୍ରତିଶତ। ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି।

ଏବେ ଦେଶର ୩୦ଟି ରାଜ୍ୟ ଏବଂ ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ବ୍ୟାପିଥିବା ସୂଚନା ମିଳିଛି। ଦ୍ଵିତୀୟ ସଂକ୍ରମିତ ରାଜ୍ୟ ହେଉଛି ତାମିଲନାଡ଼ୁ। ଏଠାରେ ସମୁଦାୟ ୩୦୬ଜଣ ସଂକ୍ରମିତ। ଦେଶ ସମୁଦାୟ ରୋଗୀଙ୍କ ଭିତରେ ତାମିଲ୍‌ନାଡ଼ୁର ଭାଗ ୧୨.୧୫ ପ୍ରତିଶତ।

ସେହିପରି ଦିଲ୍ଲୀରେ ଦେଶର ୧୧.୫୨ ପ୍ରତିଶତ ସଂକ୍ରମିତଙ୍କ ଠାବ କରାଯାଇଛି।  ସମୁଦାୟ ସଂଖ୍ରଶ ହେଉଛି ୨୯୩।

ଏହା ତଳକୁ ରହିଛି କେରଳ। ଏଠାରେ ଦେଶର ୧୧.୨୫ ପ୍ରତିଶତ ସଂକ୍ରମିତ ଚିହ୍ନଟ କରାଯାଇଛି। ସମୁଦାୟ ସଂଖ୍ୟା ହେଉଛି ୨୮୬।

ପଞ୍ଚମ ସ୍ଥାନରେ ରହିଛି ତେଲେଙ୍ଗାନା। ଏଠି ୧୫୪ଜଣ ପଜିଟିଭ୍‌ ଚିହ୍ନଟ କରାଯାଇଛି। ସମୁଦାୟ ୬.୧୬ ପ୍ରତିଶତ ରୋଗୀ ଏଠି ରହିଛନ୍ତି।

ଏବେ ଓଡ଼ିଶା କଥା। ଓଡ଼ିଶାରେ ସ୍ଥିତି ସ୍ଥିର ରହିଛି । ଏଠି ସମୁଦାୟ ଚିହ୍ନଟଙ୍କ ସଂଖ୍ୟା ୫ ରହିଛି। ରାଜ୍ୟ ସରକାର ଅନେକ ପ୍ରତିରୋଧକ ପଦକ୍ଷେପ ନେଇ କରୋନାକୁ ଦୂରେଇବାକୁ ଚାହିଁଛନ୍ତି।

 

ମହାରାଷ୍ଟ୍ର, ତାମିଲ୍‌ନାଡ଼ୁ,  ରାଜଧାନୀ ଦିଲ୍ଲୀ, କରେଳ ଏବଂ ତେଲେଙ୍ଗାନା। ଏହି ରାଜ୍ୟଗୁଡ଼ିକରେ  ଦ୍ରୁତ ଗତିରେ ବଢ଼ୁଥିବା ରୋଗୀ ସଂଖ୍ୟା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି ।

Leave a Reply

Your email address will not be published. Required fields are marked *