କୋଭିଡ୍୧୯ କରୋନା ଚିକିତ୍ସା ମାଗଣା ଘୋଷଣା କଲେ ଓଡ଼ିଶା ସରକାର
ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାରଙ୍କ କୋଭିଡ୍-୧୯ କରୋନା ମୁକାବିଲା ପୂର୍ବ ପ୍ରସ୍ତୁତିକୁ ସାରା ଦେଶରେ ସମର୍ଥନ ଓ ପ୍ରଶଂସା ମିଳୁଥିବା ବେଳେ ଓଡ଼ିଶା ସରକାର ଏଥିରେ ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି କରୋନା ଚିକିତ୍ସାକୁ ମାଗଣା ଘୋଷଣା କରାଯାଇଛି। କୋଭିଡ୍-୧୯ ମୁଖପାତ୍ର ସୁବ୍ରତୋ ବାଗ୍ଚୀ ଏହା ପ୍ରକାଶ କରିଛନ୍ତି।
ସମୁଦାୟକୁ ସଂକ୍ରମଣ ହେବା ଆଶଙ୍କା ତଥା ତୃତୀୟ ଫେଜ୍କୁ ପ୍ରବେଶ କରିବା ଆଶଙ୍କାରେ ରାଜ୍ୟ ସରକାର ନିଜର ପପୂର୍ବ ପ୍ରସ୍ତୁତିକୁ ଆରମ୍ଭ କରିବାକୁ ଯାଇ ଏକ ୧୦୦୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର କୋଭିଡ୍ ଡାକ୍ତରଖାନା ପ୍ରସ୍ତୁତି ପାଇଁ ଘୋଷଣା କରିଥିଲେ। ଏହିକ୍ରମରେ ସରକାରୀ ଉଦ୍ୟୋଗ ଏବଂ ଧନାଢ଼୍ୟ ବ୍ୟକ୍ତିଙ୍କ ସହାୟତାରେ ସମ୍ ହସ୍ପିଟାଲ୍ ଏବଂ କିମ୍ସ ହସ୍ପିଟାଲ୍ରେ ହସ୍ପିଟାଲ୍ ନିର୍ମାଣ ଆରମ୍ଭ ହୋଇଥିଲା। ଉଭୟ ହସ୍ପିଟାଲ୍ରେ ୫୦୦ ଶଯ୍ୟା ଲେଖାଏଁ ପକାଇବା ପ୍ରସ୍ତୁତି ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା।
ମହାନଦୀ କୋଲ୍ ଫିଲ୍ଡ ଏବଂ ଓଡ଼ିଶା ଖଣି ନିଗମ ପକ୍ଷରୁ ୧୦୦ କୋଟି ଟଙ୍କା ଲେଖାଏଁ ଅନୁଦାନ ଏଥିଲାଗି ଉଭୟ ହସ୍ପିଟାଲ୍କୁ ମିଳିଥିଲା। ଆଜି ସରକାର ଘେଶଷଣଶ କରିଛନ୍ତି ଯେ, ଏହି ହସ୍ପିଟାଲ୍ରେ ସମସ୍ତ ଚିକିତ୍ସା ଖର୍ଚ ରାଜ୍ୟ ସରକାର ବହନ କରିବେ। ଚିହ୍ନଟ ହେବା ପରଠାରୁ ରୋଗୀର ଖଶଦ୍ୟ ପେୟ, ଔଷଧ ଏବଂ କ୍ଵାରେଣ୍ଟାଇନ୍ ହୋଇ ରହିବା ଖର୍ଚ ସରକାରେ ନେବେ ବୋଲି ଶ୍ରୀ ବାଗ୍ଚୀ କହିଛନ୍ତି।