କୋଭିଡ୍‌୧୯: ଡାକ୍ତର, ପାରାମେଡିକ୍ସ ଏବଂ ସ୍ଵାସ୍ଥ୍ୟକର୍ମୀଙ୍କୁ ୪ ମାସର ଅଗ୍ରୀମ ଦରମା ସହ ପୁଲିସ ସୁରକ୍ଷା

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ କରୋନା ପରିସ୍ଥିତିରେ ରାଜ୍ୟର ଡାକ୍ତରମାନଙ୍କ ଲାଗି ପ୍ରୋତ୍ସାହନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ବିରୋଧରେ  ଆମେ ଯେଉଁ ଲଢ଼େଇ ଲଢ଼ୁଛୁ ଏହାର ପ୍ରଥମ ଲାଇନ୍‌ରେ ରହିଛନ୍ତି ଆମ ଡାକ୍ତର, ପାରାମେଡିକ୍ସ ଓ ଅନ୍ୟ ସ୍ଵାସ୍ଥ୍ୟସେବା କର୍ମଚାରୀ। ସେମାନଙ୍କ ତ୍ୟାଗ, ସେବା ଓ ନିଷ୍ଠାର ତୁଳନା ନାହିଁ ବୋଲି କହିବା ସହ ସେମାନଙ୍କ ଲାଗି ଅଗ୍ରୀମ ଦରମା ଘୋଷଣା କରିଛନ୍ତି। ଏହିକ୍ରମରେ ସ୍ଵାସ୍ଥ୍ୟସେବାରେ ନିେ୍ରାଜିତ ସମସ୍ତ କର୍ମଚାରୀ, ପାରାମେଡିକ୍ସ ଏବଂ ଡାକ୍ତରଙ୍କ ଲାଗି ୪ ମାସର ଅଗ୍ରୀମ ଦରମା ଏପ୍ରିଲ୍‌ରେ ମିଳିବ। ଏପ୍ରିଲ୍‌, ମେ, ଜୁନ୍‌ ଏବଂ ଜୁଲାଇ ମାସର ଦରମା ଏଥିରେ ଅନ୍ତର୍ଭୁକ୍ତ ହେବ। ଏହା ସହ ଡାକ୍ତର ତଥା ଏହି କର୍ମଚାରୀଙ୍କୁ ଦୁର୍ବ୍ୟବହାର ପଅଦର୍ଶନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀ ପୁଲିସବଳକୁ ନିର୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନସାଧାରଣଙ୍କୁ ମୋର ଅନୁରୋଧ ଏହି ଡାକ୍ରରମାନଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ସେମାନେ ବ୍ୟବହାର କରନ୍ତୁ। ସେମାନଙ୍କ କାମରେ ବାଧା ସୃଷ୍ଟି କରନ୍ତୁ ନାହିଁ। ସେମାନେ ସବୁ ସୁଖ ସୁବିଧା ତ୍ୟାଗ କରି ଦିନ ରାତି ସେବା ପ୍ରଦାନ କରୁଛନ୍ତି। କଠିନ ପରିସ୍ଥିତିରେ କାମ କରୁଥିବା ଏହି ସେବକଙ୍କୁ ଉତ୍ସାହିତ କରିବା ଆମ କାମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯେଉଁମାନେ ଡାକ୍ତର ଓ ଅନ୍ୟ ସ୍ଵାସ୍ଥ୍ୟ କର୍ମଚାରୀଙ୍କ କାମରେ ବାଧା ସୃଷ୍ଟି କରିବେ ବା ବ୍ୟବହାର ଭଲ ନକରିବେ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

 

Leave a Reply

Your email address will not be published.