#covid19: ୭ ଦିନ ହେଲା ୮୦ ଜିଲ୍ଲାରେ ନୂଆ କରୋନା ପଜିଟିଭ୍‌ ନାହିଁ, ୧୨୯ ଜିଲ୍ଲା ହଟ୍‌ସ୍ପଟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗଲା ସାତ ଦିନ ହେଲା ଦେଶର ୮୦ଟି ଜିଲ୍ଲାରେ କୌଣସି ନୂଆ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇ ନାହିଁ। ସେହିପରି ଗଲା ୧୪ ଦିନ ଭିତରେ ୪୭ ଜିଲ୍ଲାରେ କୌଣସି ନୂଆ କରୋନା ରୋଗୀଙ୍କୁ  ଚିହ୍ନଟ କରାଯାଇ ନଥିବା ବେଳେ ୨୧ ଦିନ ହେଲା ୩୯ ଜିଲ୍ଲାରେ ନୂଆ କରୋନା ରୋଗୀଙ୍କୁ ଚିହ୍ନିତ କରାଯାଇ ନଥିବା କେନ୍ଦ ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ଵାରା ଦେଶର ୩୦୦ ଜିଲ୍ଲାକୁ ନନ୍‌ ହଟ୍‌ସ୍ପଟ ମାନ୍ୟତା ଦିଆଯାଇଛି। ଅର୍ଥାତ୍‌ ପୁର୍ବରୁ ଏହି ଜିଲ୍ଲାଗୁଡ଼ିକରେ ଯେଉଁଭଳି କଟକଣା ରହିଥିଲା ଏବେ ସେଥିରେ ସାମନ୍ୟ କୋହଳ ଆସିବ। ଏହା ସମ୍ପୃକ୍ତ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ନିର୍ଭର କରେ।

ଏବେ ଦେଶର ୧୨୯ ଜିଲ୍ଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବ୍ୟାପୁଛି। ଏଣୁ ସରକାର ଏହି ୧୨୯ ଜିଲ୍ଲାକୁ ହଟ୍‌ସ୍ପଟ୍‌ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ ଏବଂ ପିଏସ୍‌ୟୁମାନଙ୍କ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହା କହିଛନ୍ତି। ସେ କହିଛନ୍ତି ଯେ, ଏବେ ଦେଶରେ କରୋନା ପଜିଟିଭ୍‌ଙ୍କ ସଂଖ୍ରା ୨୯ହଜାର ୪୩୫ ରହିଛି। ସେମାନଙ୍କ ଭିତରୁ ୨୧୬୩୨ଜଣ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ୬୮୬୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ଭିତରେ ୯୩୪ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ବୋଲି ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି।

 

Leave a Reply

Your email address will not be published. Required fields are marked *