#covid19: କେନ୍ଦ୍ରାପଡ଼ାରେ ଭିନ୍ନ ପ୍ରୟାସ, ୨୫ ଟଙ୍କାରେ ଘରେ ପହଞ୍ଚିବ ଭୋଜନ

କେନ୍ଦ୍ରାପଡ଼ା, (ଜ୍ୟୋତିରଞ୍ଜନ ନାୟକ): ତାଲାବନ୍ଦୀ ସମୟରେ ହୋଟେଲ୍‌ ବନ୍ଦ ରହୁଥିବାରୁ ଖାଇବ ସମସ୍ୟା ଉତ୍କଟ ହୋଇଛି। ଏହାକୁ ଦୂର କରିବା ତଥା ଲୋକଙ୍କ ସୁବିଧା ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କିଛି ମହିଳା ସ୍ଵୟଂସହା୍ରୟକ ଗୋଷ୍ଠୀଙ୍କ ସହାୟତା ନେଇଛି। ସେମାନଙ୍କ ଦ୍ଵାରା ଏବଂ ସେମାନଙ୍କ ମାଧ୍ୟମରେ ଘରେ ଘରେ ରନ୍ଧା ଭୋଜନ ପହଞ୍ଚାଇବା ଲାଗି ଏହିକ୍ରମରେ ବ୍ୟବସ୍ଥା ହୋଇଛି। କେବଳ ୨୫ ଟଙ୍କା ଦେଇ ସେମାନେ ମଧ୍ୟାହ୍ନ ବା ସନ୍ଧ୍ୟାବେଳେ ଭୋଜନ ପାଇଁ ଅର୍ଡର କରିପାରିବେ ଫୋନ୍‌ ଯୋଗେ ଏହି ଅର୍ଡର ହେବ। ଏବଂ ଅର୍ଡ଼ର ଡେଲିଭର ହେବା ସମୟରେ ଟଙ୍କା ପଇଠ କରିବାକୁ ପଡ଼ିବ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ଭା ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟନ କରିଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ଏହି ସୁବିଧା କେବଳ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଞ୍ଚଳରେ ଉପଲବ୍ଧ ହେବ ବୋଲି ଜିଲ୍ଲା ପ୍ରଶାସନର ଟ୍ବିଟ୍‌ରୁ ଜଣାପଡ଼ିଛି। ଯେହେତୁ ସହରରେ ଅନେକ ଲୋକ ନିଜର କର୍ମ ଧନ୍ଦା ପାଇଁ ଏକୁଟିଆ ରହୁଛନ୍ତି ସେମାନଙ୍କ ଭୋଜନ ଲାଗି ହୋଟେଲ୍‌ ଏବଂ ଢାବା ମୁଖ୍ୟ ସହଯୋଗୀ ଥିଲା। କିନ୍ତୁ ଲକ୍‌ଡାଉନ୍‌  ଘୋଷଣା ହେବା ପରେ ସହରର ସମସ୍ତ ହୋଟେଲ୍‌ ବନ୍ଦ ହୋଇଛି। ଏଣଉ ସେମାନଙ୍କ ଲାଗି ଖାଦ୍ୟ ସମସ୍ୟା ଲାଗି ରହିଛି। ଏହି ସମସ୍ୟାକୁ ଦୂରେଇବା ତଥା କୋଭିଡ୍‌-୧୯ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି ଏହି ପ୍ରୟାସ ସାହାଯ୍ୟ କରିବ ବୋଲି ଆଶା କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଞ୍ଚଳରେ ରନ୍ଧା ଖାଦ୍ୟ ବିତରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଘର ଦୂ୍ରାର ମୁହଁରେ ୨୫ ଟଙ୍କା ବିନିମୟରେ ଏହା ପ୍ରଦାନ କରାଯିବ। ଏହିବ ବ୍ୟବସ୍ଥାକୁ ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ଵାରା ପରିଚାଳନା କରାଯାଉଛି।

Leave a Reply

Your email address will not be published. Required fields are marked *