#covid19 ସହାୟତା: ବାରିକ ଓ ଡ୍ରାଇଭରଙ୍କୁ ୫ ହଜାର ଟଙ୍କା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କୋଭିଡ୍‌-୧୯ ସହ ଅର୍ଥନୀତିକ କାରବାରକୁ ଆଗକୁ ବଢ଼ାଇବା ଲାଗି କଣ୍ଣାଟକା ସରକାର ଅନ୍ୟ ରାଜ୍ୟର ଶ୍ରମିକଙ୍କୁ କଣ୍ଣଟକା ଛାଡ଼ିବାକୁ ମନା କରିଛନ୍ତି। ଯେଉଁ ସ୍ଵତନ୍ତ୍ର ଟ୍ରେନ୍‌ ଏଥିଲାଗି ବ୍ୟବସ୍ଥା ହୋଇଥିଲା ତାହାକୁ ବାତିଲ୍‌ କରାଯାଇଛି। ଏକ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଏହି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ସରକାର ଏଠାରେ ନିର୍ମାଣ ଏବଂ ଅନ୍ୟାନ୍ୟ ଶ୍ରମ ଭିତ୍ତିକ କାମକୁ ଆରମ୍ଭ କରିବାକୁ ଯାଉଛନ୍ତି। ଏଣୁ ଶ୍ରମିକମାନେ ସେମାନଙ୍କ ରାଜ୍ୟକୁ ନଯାଇ ଏଠାରେ କାମକୁ ଫେରିବା ଆବଶ୍ୟକ।

କରୋନା ଭୁତାଣୁ ରୋଗ ( କୋଭିଡ୍‌୧୯) ଦ୍ଵାରା ଯେଉଁ କ୍ଷତି  ହୋଇଛି ତାହାକୁ ଭରଣା କରିବା ଲାଗି ରାଜ୍ର ସରକାର ଏକ ସ୍ଵତନ୍ତ୍ର କୋଭିତଡ୍‌୧୯ ପ୍ୟାକେଜ୍‌ ଘୋଷଣା କରିଛନ୍ତି।ଏହି ପ୍ୟାକେଜ୍‌ର ସମୁଦାୟ ମୂଲ୍ୟ ରହିଛି ୧୬୧୦ କୋଟି । ଏହି ପ୍ୟାକେଜ୍‌ରେ ବାରିକ ଏବଂ ଗାଡ଼ି ଚାଳକଙ୍କୁ ୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିବ। ଏଥିରେ ୨ ଲକ୍ଷ ୩୦ ହଜାର ବାରିକ ଏବଂ ୭ ଲକ୍ଷ ୭୫ ହଜାର ଡ୍ରାଇଭର ଉପକୃତ ହେବେ ବୋଲି କଣ୍ଣାଟକ ସରକାରଙ୍କ ପକ୍ଷରୁ କୁହାଯାଇଛି।  ଏହା ସହ ନିର୍ମାଣ ଶ୍ରମିକ, କ୍ଷୁଦ୍ର ଓ ଅଣୁ ଶିଳ୍ପ. ବିଜୁଳି କମ୍ପାନୀ, ଧୋବୀଙ୍କ ପାଇଁ ମଧ୍ୟ ସହାୟତା ଘୋଷଣା କରାଯାଇଛି।

ରାଜ୍ୟରେ ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟକୁ ପୁଣି ଆରମ୍ଭ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି।

ଏ ଭିତରେ ସ୍ଵତନ୍ତ୍ର ଟ୍ରେନ୍‌ ଏବଂ ବସ୍‌ ଦ୍ଵାରା ରାଜ୍ୟରୁ ପ୍ରାୟ ୧ ଲକ୍ଷ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ତୀର୍ଥଯାତ୍ରୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯାଇଛି। ୮ଟୁ ସ୍ଵତନ୍ତ୍ର ଟ୍ରେନ୍‌ ଏବଂ ୩୫୦୦ ବସ୍‌ ଏଥିଲାଗି ନିୟୋଜିତ ହୋଇଛି। ବିହାରର ଦାନପୁର ସମେତ ଭୁବନେଶ୍ଵର, ଲକ୍ଷ୍ନୌ, ବରକାନା, ଜୟପୁର ଏବଂ ହତିଆକୁ ସ୍ଵତନ୍ତ୍ର ଟ୍ରେନ୍‌ ପଠାଯାଇଛି। ଅନେକ ଯାତ୍ରୀ ଏବେ ସେମାନଙ୍କ ରାଜ୍ୟକୁ ଯତବା ଲାଗି ଅଭପେକ୍ଷା କରିଥିଲେ ମଧ୍ୟ ସରକାର  ଟେଅନ୍‌ ସେବାକୁ ବାତିଲ୍‌ କରିଛନ୍ତି।

Leave a Reply

Your email address will not be published. Required fields are marked *