୨୦୪ ଦେଶରେ କୋଭିଡ୍‌୧୯: ଭାରତରେ ୧୨୮୦ ପଜିଟିଭ୍‌, ମୃତକଙ୍କ ସଂଖ୍ୟା ୪୩

ଭୁବନେଶ୍ଵର, (ଓଟି): କୋଭିଡ୍‌ ୧୯ କରୋନା ସାରା ବିଶ୍ଵରେ ତାଣ୍ଡବ ସୃଷ୍ଟି କରିଛି।    ଏବେ ୨୦୪ ଦେଶ ଏହି ସଂକ୍ରମଣରେ ପ୍ରଭାବିତ। ସୋମବାର ସୁଦ୍ଧା ବିଶ୍ଵର ୧୯୯ ଦେଶ ପ୍ରଭାବିତ ଥିଲେ। ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ଏଯାଏ ୬୯୭୨୪୭ ଜଣଙ୍କ ଶରୀରରେ କରୋନା ପଜିଟିଭ୍‌ ଭୁତାଣୁ ଚିହ୍ନଟ କରାଯାଇଛି। ସେମାନଙ୍କ ଭିତରୁ ୩୩ ୨୫୭ ଜଣଙ୍କ ମୃତ୍ୟୁ ଘଟିଛି। ବିଶ୍ଵର ଉନ୍ନତ ଦେଶ ମାନଙ୍କର ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ ଏହି ମହାମାରୀକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରୁ ନାହିଁ।   ଭାରତରେ ସମୁଦାୟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୨୮୦ରେ ପହଞ୍ଚିଛି। ଏହାସହ ୪୩ଜଣଙ୍କ ମୃତ୍ୟୁ ଘଟିଛି। ଏଣୁ ଅନ୍ୟଠୁ ଦୂରେଇ ରହିବା, ନିଜେ ସତର୍କ ରହି କରୋନାକୁ ଦୂରେଇବା ହିଁ ସବୁଠାରୁ ଉପାଦେୟ ପଦକ୍ଷେପ ଭାବେ ଗ୍ରହଣ କରାଯାଉଛି।

ସୋମବାର ଦିନ ବିଭିନ୍ନ ରାଜ୍ୟରୁ ୧୫୭ଟି ନୂଆ ମାମଲା ଆସିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଖବର ରେକର୍ଡ଼ କରାଯାଇଛି।

ସୋମବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ପ୍ରଭାବ ଯଥେଷ୍ଟ ଦେଖିବାକୁ ମିଳିଥିଲା। ଗୋଟିଏ ଦିନରେ ୫୪୦ ଜଣ କରୋନା ରୋଗୀଙ୍କୁ ମୃତ୍ୟୁ ରେକର୍ଡ କରାଯାଇଥିଲା। ଏହାଦ୍ଵାରା ଆମେରିକାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୩,୦୧୭ରେ ପହଞ୍ଚିଛି। ଯୁକ୍ତରାଷ୍ଟ୍ର ଆମେରିକାରେ ଏବେ ସମୁଦାୟ ପଜିଟିଭ୍‌ ରୋଗୀଙ୍କ ସଂଖ୍ୟା ୧, ୬୩ ହଜାର ରହିଛି। ଏହି ବଢ଼ୁଥିବା ସଂଖ୍ୟା ଏବେ ଆମେରିକାର  ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷକରି ନ୍ୟୁୟର୍କ ସହରରେ ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ଫୁସ୍‌ଫୁସ୍‌ଜନିତ ସମସ୍ୟାରେ ଲୋକେ ଆକ୍ରାନ୍ତ ହେଉଥିବାରୁ ଏହି ଚିକିତ୍ସା ଯୋଗାଇେବା ସମ୍ଭବପର ହୋଇପାରି ନାହିଁ।

ଅନ୍ୟପକ୍ଷରେ ୟୁରୋପରେ ତାଣ୍ଡପ ଜାରି ରହିଛି। ସ୍ପେନ୍‌, ଇଟାଲି, ଫ୍ରାନ୍ସକୁ ମେଡିକାଲ୍‌ ସରଞ୍ଜାମ ପଠାଇବ। ଏଥିଲାଗି ସରକାରଙ୍କ ପକ୍ଷରୁ ଆମେରିକା ପ୍ରତିଶୃତି ଦେଇଛଇ। ପାଖାପାଖି ୧୦୦ ମିଲିୟନ୍‌ ଡଲାରର ମେଡିକାଲ୍‌ ଆବଶ୍ୟକତା ଆମେରିକା ଏହି ଦେଶମାନଙ୍କୁ ପଠାଇବ।

 

Leave a Reply

Your email address will not be published.