#covid19: ଗୋଟିଏ ରାତିରେ ୫୫ ଚିହ୍ନଟ, ମୋଟ୍‌ ସଂଖ୍ୟା ୪୧୫

ଭୁବନେଶ୍ଵର, (ଓଟି): ଦ୍ରୁତ ଗତିରେ ବଢ଼ି ଚାଲିଛି କୋଭିଡ୍‌-୧୯ କରୋନା ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା। ରବିବାରୁ ରାତିରୁ ସୋମବାର ସକାଳ ଭିତରେ ଦେଶର ମୋଟ୍‌ କରୋନା ପଜିଟିଭ୍‌ଙ୍କ ସଂଖ୍ୟାରେ ଆହଚରି ୫୫ ଜଣଙ୍କ ନାଁ ସାମିଲ୍‌ ହୋଇଛି। ଏହି ରୋଗୀମାନେ କୁଆଡ଼ୁ ଆସିଲେ, କେମିତି ସଂକ୍ରମିତ ହେଲେ ତାହା ଜଣାପଡ଼ିନାହିଁ। ମୃତ୍ୟ ସଂଖ୍ରଶ ୭ରେ ସୀମିତ ରହିଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ରୋଗୀ ରହିଛନ୍ତି। ତଥାପି ସେଠାରେ ଷ୍ଟେଜ୍‌-୩ ସମୁଦାୟ ସଂକ୍ରମଣ ହୋଇ ନାହିଁ ବୋଲି କହିଛନ୍ତି ମହାରାଷ୍ଟ୍ର ରାଜ୍ୟ ସରକାର।

କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ଦେଶରେ ଏବେ ସମୁଦାୟ କରୋନା ଭୁତାଣୁ ପଜିଟିଭ୍‌ ଚିହ୍ନଟ ରୋଗୀଙ୍କ ସଂଖ୍ୟା ହେଉଛି ୪୧୫। ଏଥିରେ ୪୧ଜଣ ବିଦେଶୀ ନାଗରିକ ରହିଛନ୍ତି। ରବିବାରଦିନ ଗୁଜରାଟ, ବିହାର ଓ ମହାରାଷ୍ଟ୍ରରେ ଜଣେ ଲେଖାଏଁ କରୋନା ପ୍ରଭାବିତଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୪ ଜଣ ମୃତକଙ୍କ ଭିତରୁ କଣ୍ଣାଟକ, ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପଞ୍ଜାବରେ ଜଣେ ଲେଖାଏଁ ରହିଥିବା ମନ୍ତ୍ରଣାଳୟ କହିଛନ୍ତି।

ସେମାବାର ସକାଳ ୧୦ଟା ସୁଦ୍ଧା ଆଇସିଏମ୍‌ଆର୍‌ ପକ୍ଷରୁ ସମୁଦାୟ ୧୮୩୮୩ଜଣଙ୍କ ନମୁନା ପରୀକ୍ଷଣ କରାଯାଇଛି।

Leave a Reply

Your email address will not be published.