#Covid India Updates: ୨୪ ଘଣ୍ଟାରେ ୩୯୦୦ ପଜିଟିଭ୍, ୧୯୫ ମୃତ୍ୟୁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୯୦୦ ନୂଆ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି। ଏହା ସହ କରୋନାରେ ପୀଡ଼ିତ ହୋଇ ବିଭିନ୍ନ ରାଜ୍ୟରେ ୧୯୫ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଗତ ୨୪ ଘଣ୍ଟା ଭିତରେ କରୋନା ପଜିଟିଭ୍ ଚିହ୍ନଟ କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି ଘଟିଛି। ସମୁଦାୟ ୩୯୦୦ି ସାମ୍ପଲ୍ରେ କରୋନା ଭୁତାଣୁ ଥିବା ନିଶ୍ଚିତ କରାଯିବା ସହ କରୋନାରେ ପୀଡ଼ିତ ହୋଇ ୧୯୫ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଏହାଦ୍ଵାରା ଭାରତରେ ସମୁଦାୟ କରୋନା ପଜିଟିଭ୍ଙ୍କ ସଂଖ୍ୟା ୪୬ ହଜାର ୪୩୩ ହୋଇଛି। କରୋନାରେ ପୀଡ଼ିତ ହୋଇ ୧୫୬୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୭୨୭ ଜଣ ସୁସ୍ଥ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ସକାରେ ଜଣାଇ ଦିଆଯାଇଛି।
ଏବେ ଦେଶରେ ସମୁଦାୟ ୩୨ ହଜାର ୧୩୮ ଜଣ ରୋଗୀ କରୋନା ଭଭୁତାଣୁ ସଂକ୍ରମିତ ହୋଇ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ଅଛନ୍ତି।
ମହାରାଷ୍ଟରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଠାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୪୫୪୧। ସେହିପରି ଗୁଜରାଟରେ ୫୮୦୪ଜଣଙ୍କ ଶରୀରରେ କରୋନା ଭୁତାଣୁ ସଂକ୍ରମିତ ହୋଇଥିବା ନିଶ୍ଚିତ କରାଯାଇଛି।