ସମ୍ବଲପୁର କୋଭିଡ୍ ହସ୍ପିଟାଲ୍ ଆରମ୍ଭ
ସମ୍ବଲପୁର(ଓଟି): ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ପ୍ରତି ଜିଲ୍ଲାରେ ସ୍ଵତନ୍ତ୍ର କୋଭିଡ୍ ହସ୍ପିଟାଲ ପାଇଁ ସରକାର ପୂର୍ବରୁ ଘୋଷଣା କରିଥିବାବେଳେ ସେହି ଅନୁସାରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ଏହିକ୍ରମରେ ଆଜି ସମ୍ବଲପୁର ସଦର ହସ୍ପିଟାଲରେ କୋଭିଡ୍-୧୯ ହସ୍ପିଟାଲର ଉଦ୍ଘାଟନ ହୋଇଯାଇଛି।
ସମ୍ବଲପୁର କୋଭିଡ୍ ହସ୍ପିଟାଲ୍କୁ ଉଦଘାଟନ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ୨୦୦ଶଯ୍ୟା ବିଶିଷ୍ଟ ରହିଛି ଉକ୍ତ ହସ୍ପିଟାଲ। ସେହିପରି ୧୫ଦିନ ମଧ୍ୟରେ ବଲାଙ୍ଗିରରେ କରୋନା ଟେଷ୍ଟ ଆରମ୍ଭ ହେବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ କରୋନାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଳାରେ ହସ୍ପିଟାଲ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପରତା ଦେଖାଉଛନ୍ତି ଏବଂ ବିଭିନ୍ନ ବେସରକାରୀ ସଂସ୍ଥା ସହଯୋଗର ହାତ ବଢ଼ାଉଛନ୍ତି।