କୋଭିଡ୍୧୯: ୨୪ ଘଣ୍ଟାରେ ୩୨୮ ନୂଆ କରୋନା ପଜିଟିଭ୍
ଭୁବନେଶ୍ଵର, (ଓଟି): ଗତ ୨୪ ଘଣ୍ଟା ଭିତରେ ଭାରତରେ କରୋନା ପଜିଟିଭ୍ ସଂଖ୍ୟା ୩୨୮ରେ ପହଞ୍ଚିଛି। ଏହାଦ୍ଵାରା ସମୁଦାୟ ସଂଖୃା ୧୯୬୫ ହୋଇଛି ବୋଲଇ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିଛନ୍ତି। ଏ ଭିତରେ ୧୫୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସେ ଜଣାଇଛନ୍ତି। ସେହିପରି ଏସିଆର ସବୁଠାରୁ ବଡ଼ ବସ୍ତି ମୁମ୍ବାଇର ଧରାବୀର ଜଣେ ବାସିନ୍ଦା କରୋନାରେ ପୀଡ଼ିତ ହୋଇ ମୃତ୍ୟୁ ଗଲା ପରେ ଏବେ ଧରାବୀରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପଅ୍ରଶାସନ ଖୋଜୁଛି ବୋଲି ସେ ସୂଚନା ଦେଇଛନ୍ତି।