କୋଭିଡ୍୧୯: କେନ୍ଦ୍ରାପଡ଼ାରେ ଫସି ରହିଛନ୍ତି ଇଟାଭାଟି ଶ୍ରମିକ, ଉଦ୍ଧାର ପାଇଁ ନିବେଦନ
କେନ୍ଦ୍ରାପଡା଼,୨୬/୩:କରୋନାକୁ ନେଇ ସମଗ୍ର ଦେଶରେ ଏବେ ଲକ୍ଡାଉନ ହୋଇଥିବା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଶହ ଶହ ସଂଖ୍ୟାର ଶ୍ରମିକ ଫସି ରହିଛନ୍ତି । ଫସି ରହିଥିବା ଏହି ଶ୍ରମିକମାନେ ନିଜ ଘରକୁ ଫେରି ଯିବାକୁ ଚାହୁଁଥିଲେ ମଧ୍ୟ ଯାଇପାରୁ ନାହାଁନ୍ତି । ବିଭିନ୍ନ ନିର୍ମାଣ କାମରେ କାମ କରିବାକୁ ଆସିଥିବା ବିଭିନ୍ନ ଜିଲ୍ଲାର ଶ୍ରମିକମାନେ ନିଜ ଘରକୁ ଫେରି ନପାରି ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାର ସମସ୍ତ ନିର୍ମାଣ କାମ ବନ୍ଦ ହୋଇଯିବା ପରେ ଶ୍ରମିକମାନେ କାମ ହରାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେକାର ହୋଇ ବସି ରହିଛନ୍ତି । ମହାକଳପଡ଼ା ବ୍ଲକ ଅନ୍ତର୍ଗତ ସମୁଦ୍ର ତଟବର୍ତୀ ସୁନିତୀ ପଂଚାୟତରେ ଫସି ରହିଥିବା ନୟାଗଡ଼ ଜିଲ୍ଲାର ପ୍ରାୟ ୩୦ଜଣ ଶ୍ରମିକ ଘରକୁ ଫେରି ପାରୁ ନାହାଁନ୍ତି । ସେହିପରି ଜିଲ୍ଲାର ବିଭିନ୍ନ ଇଟାଭାଟିରେ କାମ କରିବାକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶ୍ରମିକମନେ ମଧ୍ୟ ନିଜ ଘରକୁ ଫେରି ପାରୁ ନାହାଁନ୍ତି ।