#Lockdown3.0: ଘଣ୍ଟାଏ ଖୋଲିବ କୋର୍ଟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲକ୍‌ଡାଉନ୍‌-୩ ଆସନ୍ତା କାଲିଠୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହିସମୟରେ କୋର୍ଟ ଖେଶଲା ରହିବ କି ନା, କେମିତି ଚାଲିବ କାର୍ଯ୍ୟକ୍ରମ ଏ ସମ୍ପର୍କରେ ହାଇକୋର୍ଟ ଆବଶ୍ୟକ ନିର୍ଦେଶ ଜାରି କରିଛନ୍ତି। ଏହି ନିର୍ଦେଶ ଅନୁସାରେ ରାଜ୍ୟର ରେଡ୍‌ ଜୋନ୍‌ ବା ଅତି ସଂକ୍ରମଣଶୀଳ ଅଞ୍ଚଳରେ ପ୍ରତି କାର୍ଯ୍ୟ ଦିବସରେ ମାତ୍ର ଏକ ଘଣ୍ଟା କୋର୍ଟ ଖୋଲା ରହିବ। ସେହିପରି ସଂକ୍ରମଣ ଶୀଳ ବା ଅରେଞ୍ଜ୍‌ ଜୋନ୍‌ରେ ୨ ଘଣ୍ଟା ଏବଂ ଗ୍ରରନ୍‌ ଜୋନ୍‌ରେ ସର୍ବାଧିକ ଅଢ଼େଇ ଘଣ୍ଟା କୋର୍ଟ ଖୋଲା ରହିପାରିବ।

ଓଡ଼ିଶାର ତିନୋଟି ଜିଲ୍ଲା, ଭଦ୍ରକ, ବାଲେଶ୍ଵର ଏଂବ ମୟୁରଭଞ୍ଜ ଅତି ସଂକ୍ରମଣଶୀଳ ରେଡ୍‌ ଜୋନ୍‌ ଅଧୀନରେ ରହିଛନ୍ତି। ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢେଙ୍କାନାଳ ଏବଂ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ଜୋନ୍‌ଭୁକ୍ତ କରାଯାଇଛି। ଅବଶିଷ୍ଟ ୨୧ଟି ଜିଲ୍ଲା ଗ୍ରୀନ୍‌ ଜୋନ୍‌ ଭିତରେ  ଅନ୍ତର୍ଭୁକ୍ତ କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହା କୁହାଯାଇଛି।

ରାଜ୍ୟର ହାଇକୋର୍ଟ କିପରି ଚାଲିବ ସେ ସମ୍ପର୍କରେ ମଧ୍ୟ ହାଇକୋର୍ଟ ସୂଚନା ଜାରି କରିଛନ୍ତି। ସପ୍ତାହକୁ ଦୁଇଦିନ ଅର୍ଥାତ୍‌ ମଙ୍ଗଳବାର ଓ ଗୁରୁବାର ଦିନ ଖଣ୍ଠଡପୀଠ କାମ କରିବ। ସେହିପରି ୫ ଟି  ଜଣିକିଆ କୋର୍ଟ ସମସ୍ତ କାର୍ଯ୍ୟଦିବସରେ କାର୍ଯ୍ୟ କରିବ।

Leave a Reply

Your email address will not be published.