#coronaworldupdates: ଜାଣନ୍ତୁ ବିଶ୍ଵରେ କରୋନା ସ୍ଥିତି
ଭୁବନେଶ୍ଵର,(ଓଟି): ସାରା ବିଶ୍ଵରେ କରୋନା ଆତଙ୍କ ବଢ଼ିବାରେ ଲାଗିଛି। ଏଯାଏ ବିଶ୍ଵର ୨୦୬ ଦେଶ ଏଥିରେ ଆକ୍ରାନ୍ତ ହୋଇଛନ୍ତି। କୌଣସି ଓଷଧ ବା ଟୀକା ଏଯାଏ ଆବିଷ୍କାର ହୋଇନି। କେବଳ ପ୍ରତିଶେଧକ ମୂଳକ ପଦକ୍ଷେପ ଗ୍ରହଣ କରି ଏହାକୁ ରୋକିବାଲାଗି ବିଶ୍ଵ ସ୍ଵାସ୍ଥ୍ୟସଂଗଠନ ପରାମର୍ଶ ଦେଇଛନ୍ତି।
ବିଶ୍ଵସ୍ଵସ୍ଥେ୍ୟ ସଂଗଠନଙ୍କ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁସାରେ ଏବେ ବିଶ୍ଵରେ ସମୁଦାୟ କରୋନା ପଜିଟିଭ୍ ଚିହ୍ନିତଙ୍କ ସଂଖ୍ୟା ହେଉଛି ୯, ୦୦୩୦୬। ଗୁରୁବାର ରାତି୧୧ଟା ୪୦ ସୁଦ୍ଧା ବିଶ୍ଵସ୍ଵାସ୍ଥ୍ୟ ସଂଗଠନର ଅପ୍ଡେଟ୍ ଅନୁସାରେ ବିଶ୍ଵରେ ୪୫୬୯୩ଜଣଙ୍କ ମୃତ୍ୟୁ ଘଟିଛି।
ସବୁଠାରୁ ଖରାପ ଭାବେ ପ୍ରଭାବିତ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା। ଏଠାରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ରହିଛି ୧୮୭୩୦୨। ଏହା ପଛକୁ ଇଟାଲୀରେ ୧୧୦୫୭୪ ପଜିଟିଭ୍ ଚିହ୍ନଟ କରାଯାଇଛି। ସ୍ପେନ୍ରେ ୧୦୨୧୩୬ ପଜିଟିଭ୍ ରହିଛନ୍ତି।
ଡିସେମ୍ବର ମାସରୁ ଚୀନରେ ଆରମ୍ଭ ହୋଇଥିବା ଏହି କରୋନା ରୋଗ ବିଶ୍ଵକୁ କବଳିତ କରିବା ପରେ ଚୀନ୍ରେ ସାମନ୍ୟା ଆୟତ୍ତ ରହିଛି। ତଥ୍ୟ ଅନୁସାରେ ଏବେ ଚୀନ୍ ଚତୁର୍ଥ ବହୁଳ ସଂକ୍ରମିତ ରାଷ୍ଟ୍ର। ଏଠାରେ ୮୨୭୨୪ ପଜିଟିଭ୍ ମାମଲା ରେକର୍ଡ଼ କରାଯାଇଛି । ଆସନ୍ତୁ ନଜର ପକାଇବା ବିଶ୍ଵର ୨୦୬ ସଂକ୍ରମିତ ଦେଶଙ୍କ ଭିତରୁ କେଉଁ ଦେଶରେ କେତେ କରୋନା ପଜିଟିଭ୍ ରହିଛନ୍ତି। ଏହି ତ
United States of America :187302 cases
Italy :110574 cases
Spain :102136 cases
China :82724 cases
Germany :73522 cases
France :56261 cases
Iran (Islamic Republic of) :50468 cases
The United Kingdom :29478 cases
Switzerland :17070 cases