#CoronaWorldUpdates: କମୁଛି ଦୈନିକ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବିଶ୍ଵରେ ଆତଙ୍କ ଖେଳାଇଥିବା କୋଭିଡ୍୧୯, ଗଲା ଦୁଇଦିନ ହେଲା ସାମାନ୍ୟ କମ୍ ପ୍ରଭାବ ପକାଇଛି। ଉଭୟ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ହଆସ ପରିଲକ୍ଷିତ ହୋଇଛି। ବିଶ୍ଵସ୍ଵାସ୍ଥ୍ୟ ସଂକଠନ ପକ୍ଷରୁ ଜାରି ହୋଇଥିବା ଗଲା ତିନିଦିନର ତଥ୍ୟକୁ ବିଚାର କଲେ ଏହା ସାମ୍ନାକୁ ଆସିଛି।
ବୁଧବାର ପାହାନ୍ତା ୩ଟାରେ ବିଶ୍ଵସ୍ଵାସ୍ଥ୍ୟ ସଂଗଠନର ସଦ୍ୟ ଅପ୍ଡେଟ୍ ଅନୁସାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୮ଲକ୍ଷ ୪୮ ହଜାର ୪୩୯। ସମୁଦାୟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୭ ହଜାର ୨୧୭। ଏହି ସଂଖ୍ୟାରେ ମଙ୍ଗଳବାର ଦିନ ୭୭୨୭୪ଜଣ ନୂଆ ଆକ୍ରାନ୍ତ ଯୋଡ଼ି ହୋଇଥିବା ବେଳେ ମୃତକଙ୍କ ସଂଖ୍ୟାରେ ୫୬୯୨ଟି ନୂଆ ନାଁ ସାମିଲ୍ ରହିଛି। ଅର୍ଥାତ୍ ବିଶ୍ଵରେ ଗଲା ୨୪ ଘଣ୍ଟା ଭିତରେ ୫୬୯୨ଜଣଙ୍କ ମୃତ୍ୟୁ ଘଟିଛି।
ମଙ୍ଗଳବାର ବିଶ୍ଵରେ ୬୨୫୦ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ସୋମବାରଦିନ ମୃତ୍ୟୁ ସଂଖ୍ରା ମଙ୍ଗଳବାରଠାରୁ ୬୯୬ଟି ଅଧିକ ହୋଇ ୬୯୪୬ ଥିଲା ବୋଲି ସଂଗଠନ ତଥ୍ୟରୁ ଜଣପଡ଼ିଛି।
ସେହିପରି ବିଶ୍ଵର ସମୁଦାୟ ଆକ୍ରାନ୍ତଙ୍କ କ୍ଷେତ୍ରରେ ମଧ୍ୟ ଗଲା ଦୁଇଦିନ ହେଲା ସଂଖ୍ୟା କମୁଥିବା ଲକ୍ଷ୍ୟ କରାଯାଇଛି। ଏପ୍ରିଲ୍ ୧୧ ତାରିଖ ଦିନ ୯୦ ହଜାର ୭୮୮ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ୧୨ ତାରିଖ ଦିନ ଏହି ସଂଖ୍ୟାରେ ୬୧୪୪ ହ୍ରାସ ଘଟି ୮୪୬୪୪୧ରେ ପହଞ୍ଚିଥିଲା। ୧୩ ତାରିଖରେ ଏହି ସଂଖ୍ୟା ୭୭ ହଜାର ୨୭୪ ହୋଇଚି। ଅର୍ଥାତ୍ ୨୪ ଘଣ୍ଟାରେ ଏହି ସଂଖ୍ୟା ୭୩୮୦ ହ୍ରାସ ପାଇଛି। ଏହି ସଂଖ୍ୟା ହ୍ରାସ ଯଦିଓ ଏକ ଶୁଭ ସଙ୍କେତ କିନ୍ତୁ ବିଶ୍ଵରେ ସଂକ୍ରମଣ ସ୍ଥିତିକୁ ଲକ୍ଷ୍ୟ କଲେ ଏମିତି ସଂଖ୍ରଶରେ ହ୍ରାସ ଘଟି ପୁଣି ବଢ଼ିଥିବା ଲକ୍ଷ୍ୟ କରାଯାଇଛି।
ସବୁଠାରୁ ଅଧିକ ପ୍ରଭାବିତ ଆମେରିକା
ଯୁକ୍ତରାଷ୍ଟ୍ର ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ଦେଶ। ଏହି ଦେଶରେ ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫ ଲକ୍ଷ ୫୩ ହଜାର ୮୨୨। ଏହା ପଛକୁ ରହିଛି ସ୍ପେନ। ଏଠାରେ ସମୁଦାୟ କରୋନା ପଜିଟିଭ୍ଙ୍କ ସଂଖ୍ୟା ହେଉଛି ୧ଲକ୍ଷ ୬୯ ହଜାର ୪୯୬। ସେହିପାରି ଇଟାଲୀରେ ୧ଲକ୍ଷ ୫୯ ହଜାର ୫୧୬ ଜଣ ପ୍ରଭାବିତ ହୋଇଥିବା ବେଳେ ଜର୍ମାନୀରେ ୧ ଲକ୍ଷ୨୫ହଜାର ୯୮, ଫ୍ରାନ୍ସରେ ୯୭ ହଜାର୫୦, ଇଂଲଣ୍ଡରେ ୮୮ ହଜାର ୬୨୫, ଚୀନ୍ରେ ୮୩ହଜାର ୬୯୬ ଏବଂ ଇରାନ୍ରେ ୭୪ ହଜାର ୮୩୭ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି।
ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ