ଭାରତୀୟ ବୈଜ୍ଞାନିକଙ୍କ କମାଲ୍: କରୋନାକୁ ନାଶ କରିବ ନୂଆ ମାସ୍କ

ଅହମ୍ମଦାବାଦ(ଓଟି): ମହାମାରୀ କରୋନା ମୁକାବିଲା ପାଇଁ ବିଶ୍ଵର ବିଭିନ୍ନ ଦେଶ ଗବେଷଣା ଜାରି ରଖିଛନ୍ତି। ଏହିକ୍ରମରେ ଭାରତୀୟ ବୈଜ୍ଞାନିକମାନେ ଅନେକ ଆଶାର ଆଲୋକ ଦେଖାଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସେଣ୍ଟ୍ରାଲ୍‌ ସଲ୍ଟ ଆଣ୍ଡ ମେରାଇନ୍‌ କେମିକାଲ୍‌ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ସିଏମ୍ଏମ୍‌ସିଆର୍‌ଆଇ)ର ବୈଜ୍ଞାନିକମାନେ ଏକ ପ୍ରଭାବଶାଳୀ ଉପାୟ ବାହାର କରିଛନ୍ତି। ଗୁଜରାଟ ଭବନଗର ସ୍ଥିତି ଉକ୍ତ ଗବେଷଣା ସଂସ୍ଥାର ବୈଜ୍ଞାନିକମାନେ ଏଭଳି ଏକ ମାସ୍କ ପ୍ରସ୍ତୁତ କରିଛନ୍ତି ଯାହା ସମ୍ପର୍କରେ ଆସି କରୋନା ଭାଇରସ୍ ସ୍ଵତ୍ତଃ ନଷ୍ଟ ହୋଇଯିବ। ଏହି ନୂଆ ଉପାୟ ଫଳରେ ବିଭିନ୍ନ ମହଲରେ ନୂଆ ଆଶା ସଞ୍ଚାର ହୋଇଛି।

ବୈଜ୍ଞାନିକମାନେ କହିଛନ୍ତି ଯେ, ସଂଶୋଧିତ ପଲିସଲଫୋନ୍ ସାମଗ୍ରୀରୁ ପ୍ରସ୍ତୁତ ମାସ୍କର ବାହ୍ୟସ୍ତର ଏକ ସ୍ୱତନ୍ତ୍ର ପଦାର୍ଥରୁ ନିର୍ମିତ ହୋଇଛି । ସେହିପରି ମାସ୍କରେ ବିଭିନ୍ନ ପ୍ରକାରର ସ୍ତର ବ୍ୟବହାର କରାଯାଇଥିବା ବେଳେ ଏହା ୧୫୦ ମାଇକ୍ରୋମିଟର ମୋଟେଇ ବୋଲି ଜଣାପଡ଼ିଛି। ଏପରିକି ଉକ୍ତ ମାସ୍କ ୬୦ ନାନୋମିଟର ବା ତାଠାରୁ ଅଧିକ ଭାଇରସକୁ ମାରିପାରିବ। ସମ୍ପ୍ରତି ଏହାକୁ କେବଳ ଡାକ୍ତରୀ ମାନ୍ୟତା ମିଳିବାକୁ ଅପେକ୍ଷା କରାଯାଇଛି। ମାସ୍କଟି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କର୍ମଚାରୀଙ୍କ ପାଇଁ ଅମୋଘ ଅସ୍ତ୍ର ଭଳି କାମ ଦେବ ବୋଲି ବିଶ୍ଵାସ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *