#WorldFightsWithCorona: ଦୀର୍ଘ ସମୟ ଯାଏଁ ରହିବ ମାରାତ୍ମକ ଭୂତାଣୁ
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ସତର୍କବାଣୀ ଶୁଣାଇଛନ୍ତି। କୋଭିଡ୍-୧୯ ତଥା କରୋନା ଭାଇରସ୍କୁ ହରାଇ ଦେଇଥିବା କିମ୍ବା ତା କବଳରୁ ମୁକ୍ତି ପାଇଯାଇଥିବା ଭାବିନେବା ଆଦୌ ଠିକ୍ ନୁହେଁ ବୋଲି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଦ୍ନୋମ୍ ଚେତାବନୀ ଦେଇଛନ୍ତି। କାରଣ ଉକ୍ତ ମହାମାରୀ ଭୂତାଣୁ ପୃଥିବୀରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।
ଟେଡ୍ରୋସ୍ କହିଛନ୍ତି ଯେ କୌଣସି ଦେଶ କରୋନାଭାଇରସ୍ ନିୟନ୍ତ୍ରଣ କରିଛନ୍ତି ବୋଲି ଅନୁମାନ କରିବା ଉଚିତ୍ ନୁହେଁ। ଅଧିକାଂଶ ଦେଶ ଏପର୍ଯ୍ୟନ୍ତ ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି। ପଶ୍ଚିମ ୟୁରୋପରେ କରୋନା ମାମଲା ସ୍ଥିର କିମ୍ବା ହ୍ରାସ ପାଉଥିବା ପରି ଦେଖାଯାଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ବିପଦମୁକ୍ତ ବୋଲି କହିହେବନି। କରୋନା ଭୂତାଣୁ ଦୀର୍ଘ ଦିନ ଧରି ପୃଥିବୀ ସହିତ ରହିବାକୁ ଯାଉଛି ଏବଂ ବିଶ୍ୱରେ କରୋନା ମାମଲା ୨.୫ ବିଲିୟନ ଛୁଇଁଛି।
ଜାନୁଆରୀ ୩୦ରେ ଏନେଇ ଚେତାବନୀ ଦିଇଆଯାଇଥିଲା ଏବଂ ଏହାର ପ୍ରତିକାର କରିବା ପାଇଁ ଦେଶଗୁଡିକ ପାଖରେ ପର୍ଯ୍ୟାପ୍ତ ସମୟ ରହିଥିଲା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରୋସ୍ କହିଛନ୍ତି।