ଭାରତରେ ‘କରୋନା’ ୧୪୭ ପଜିଟିଭ୍

ନୂଆଦିଲ୍ଲୀ (ଓଟି): ଭାରତରେ ବୁଧବାର ସୁଦ୍ଧା କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁସାରେ ଆକ୍ରାନ୍ତଙ୍କ ମଧ୍ୟରେ ୧୨୨ଜଣ ଭାରତୀୟ ଏବଂ ୨୫ଜଣ ବିଦେଶୀ ନାଗରିକ ରହିଛନ୍ତି।

ସବିଶେଷ ସୂଚନା ଅନୁସାରେ ଆନ୍ଧ୍ର ପ୍ରଦେଶର ୧, ଦିଲ୍ଲୀ- ୯, ହରିୟାଣା- ୨, କର୍ଣ୍ଣାଟକ- ୧୧, କେରଳ- ୨୫, ମହାରାଷ୍ଟ୍ର- ୩୮, ଓଡ଼ିଶା- ୧, ପଞ୍ଜାବ- ୧, ରାଜସ୍ଥାନ- ୨, ତାମିଲନାଡୁ- ୧, ତେଲେଙ୍ଗାନା- ୩, ଜମ୍ମୁ ଓ କଶ୍ମୀର- ୩, ଲଦାଖ- ୮, ଉତ୍ତର ପ୍ରଦେଶ-୧୫, ଉତ୍ତରାଖଣ୍ଡ- ୧ ଓ ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତି ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ସେହିଭଳି ବିଦେଶୀ ନାଗରିକମାନଙ୍କ ମଧ୍ୟରେ ଦିଲ୍ଲୀରେ ୧, ହରିୟାଣା- ୧୪, କେରଳ-୨, ମହାରଷ୍ଟ୍ର- ୩, ରାଜସ୍ଥାନ- ୨, ତେଲେଙ୍ଗାନା- ୨ ଏବଂ ଉତ୍ତର ପ୍ରଦେଶର ଜଣେ ରହିଛନ୍ତି।

ଅନ୍ୟପକ୍ଷରେ ମୋଟ ୧୪ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଥିବାବେଳେ ସବୁଠି ସର୍ବସାଧାରଣଙ୍କୁ ସତର୍କ ରହିବାକୁ ସକରାରୀ ଭାବେ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *