#କୋଭିଡ୍-୧୯: ବାହାରେ ଛେପ ପକାଇଲେ ବିପଦ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଦେଶ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଧୀରେ ଧୀରେ ଏହା ୩୩୭୪ ଜଣଙ୍କୁ ସଂକ୍ରମିତ କରିଥିବାବେଳେ ୭୯ ଜଣଙ୍କ ପ୍ରାଣ ନେଲାଣି। ତେବେ ଏଥିରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ଵ ଆଉ ଲକ୍‌ଡାଉନ୍‌ ବଡ଼ ସୁଫଳ ସାବ୍ୟସ୍ତ ହେବ। ସବୁଦିନ ଭଳି କରୋନା ସମ୍ପର୍କିତ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ଏଥିସହ ବାହାରେ ଛେପ ପକାଇଲେ କରୋନା ସଂକ୍ରମଣ ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

କେନ୍ଦ୍ର ଯୁଗ୍ମ ସଚିବ ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ଦେଶର ୨୭୪ ଜିଲ୍ଲାରେ କରୋନା କେସ୍ ସାମ୍ନାକୁ ଆସିଥିବାବେଳେ ଚିକିତ୍ସା ପରେ ୨୬୭ଜଣ ସୁସ୍ଥ ହୋଇଛନ୍ତି। ତେଣୁ ତାଲାବନ୍ଦ ଓ ସାମାଜିକ ଦୂରତା ହିଁ କରୋନାର ବଡ଼ ପ୍ରତିଷେଧକ ବୋଲି ସେ ଗରୁତ୍ଵାରୋପ କରିଛନ୍ତି। ଅନ୍ୟପକ୍ଷରେ ଆୟୁଷ୍ମାନ ଭାରତ ଅଧୀନରେ ଘରୋଇ ଲ୍ୟାବରେ ଟେଷ୍ଟ ସୁବିଧା ରହିବ ଓ କୃଷକଙ୍କୁ କୌଣସି ପ୍ରକାର ସମସ୍ୟା ହେବାକୁ ଦିଆଯିବନି ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *