#CoronaVirus Lockdown: ଘରେ ପହଞ୍ଚିବ ମଦ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଛତିଶଗଡ଼ ପରେ ପଞ୍ଜାବ ସରକାର ଆଗ୍ରହୀ ଲୋକଙ୍କ ଘରେ ମଦ ପହଞ୍ଚାଇବା ଲାଗି ବ୍ୟବସ୍ଥା କରିଛନ୍ତି। ଏଥିଲାଗି ମଦ ଦୋକାନ ଆଗରେ ଭୀଡ଼ ଜମାଇବା ଜରୁରୀ ହେବ ନାହିଁ। ଜଣେ ବ୍ୟକ୍ତି ସର୍ବାଧିକ ୨ ଲିଟର ମଦ ମଗାଇପାରିବ। ଏହା ସେହି ଅଞ୍ଚଳର ଦୁଇଜଣଙ୍କ ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ପଞ୍ଜାବ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।
ପୂର୍ବରୁ ମଙ୍ଗଳବାରଦିନ ଛତିଶଗଡ଼ ସରକାର ମଦର ହୋମ୍ ଡେଲିଭରୀ ନେଇ ଅନ୍ଲାଇନ୍ ଅନୁରୋଧ ଆହ୍ବାନ କରିଥିଲେ। ଜଣେ ବ୍ୟକ୍ତି ପିଛା ୫ ଲଟର ମଦ କିଣିବାର ସୁଯୋଗ ସେଥିରେ ରହିଥିଲା। ଏହା ଛତିଶଗଡ଼ ରାଜ୍ୟର ମାର୍କେଟିଂ କର୍ପୋରେସନ୍ ଲିମିଟେଡ୍ଙ୍କ ସହାୟତାରେ ସମ୍ପୃକ୍ତ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ୟବସ୍ଥା ହୋଇଥିଲା।
ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟରେ ମଦ ବ୍ୟବସାୟରେ ପ୍ରତିବନ୍ଧକ ଲଗାଯାିଛି। ସରକାରଙ୍କ ପକ୍ଷରୁ ପୁଣିଥରେ ମଦ ବିକ୍ରି କିପରି ଆରମ୍ଭ କରାଯିବ ସେ ନେଇ ଜିଲ୍ଲାପାଳମାନଙ୍କୁ ନିଷ୍ପତ୍ତି ନେବାକୁ କୁହାଯାଇଛି।