#କୋବିଡ୍-୧୯: କେରଳରେ ନେଲା ମୁଣ୍ଡ

ଏର୍ଣ୍ଣାକୁଲମ୍‌ (ଓଟି): ଦେଶରେ ପୁଣି ଜଣଙ୍କ ପ୍ରାଣ ନେଇଛି କରୋନା। ଏହା କେରଳରେ ପ୍ରଥମ ମୃତ୍ୟୁ ମାମଲା। ୬୯ ବର୍ଷୀୟା ମହିଳା ଜଣଙ୍କ ନିକଟରେ ଦୁବାଇରୁ ଫେରିଥିବାବେଳେ ତାଙ୍କୁ ଏର୍ଣ୍ଣାକୁଲମ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ନିମୋନିଆ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଆଡ୍‌ମିଟ୍‌ କରାଯାଇଥିଲା। ଏଥିସହ ତାଙ୍କର ଉଚ୍ଚ ରକ୍ତଚାପ ଓ ହାର୍ଟ ଡିଜିଜ୍ ରହିଥିଲା ବୋଲି ସୂଚନା ମିଳିଛି। ଆଜି ସକାଳେ  ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା।

ଏହି ମୃତ୍ୟୁ ଘଟଣା ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ଏବଂ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୦କୁ ବଢ଼ିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ କେରଳର ମୁଖ୍ୟମନ୍ତ୍ରୀ ପି. ବିଜୟନ ଗତ ଶୁକ୍ରବାର କହିଥିଲେ ଯେ, ରାଜ୍ୟରେ ଗୋଟିଏ ଦିନରେ ୩୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ୧୬୪ ଜଣ ସଂକ୍ରମିତ ହୋଇସାରିଛନ୍ତି ।

Leave a Reply

Your email address will not be published. Required fields are marked *