ଭାରତରୁ ୧୫ ମୁଣ୍ଡ ନେଲାଣି କରୋନା
ନୂଆଦିଲ୍ଲୀ(ଓଟି): ମହାମାରୀ ଆତଙ୍କ ଥମୁନି। ଦିନକୁ ଦିନ ସଂକ୍ରମିତ ଓ ମୃତକ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ଦେଶରେ ଚିନ୍ତା ବଢ଼ିଯାଇଛି। ସାରା ଦେଶ ଲକ୍ଡାଉନ୍ ଥିବାବେଳେ ଶେଷ ଖବର ଅନୁସାରେ ୧୫ ଜଣ ଏହି ଭାଇରସ କବଳରେ ଜୀବନ ହାରିଥିବା ଜଣାପଡ଼ିଛି। ସଂକ୍ରମଣ ଫଳରେ ମହାରାଷ୍ଟ୍ର ଓ କଶ୍ମୀରରେ ଜଣେ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି।
ଅନ୍ୟପକ୍ଷେ ଦେଶରେ ୬୩୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ କରୋନାର ଅଧିକ ୧୨୮ଟି ମାମଲା ଆସିଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ୬୫ ବର୍ଷୀୟ ରୋଗୀଙ୍କ ମୃତ୍ୟୁ ହୋଇଛି। ସେହିପରି ୨୪ ମାର୍ଚ୍ଚରେ ମହାରାଷ୍ଟ୍ରରେ ପ୍ରାଣ ହରାଇଥିବା ଜଣେ ମହିଳା କରୋନା ସଂକ୍ରମିତ ଥିଲେ ବୋଲି ଆଜି ରିପୋର୍ଟରେ ପ୍ରକାଶ ପାଇଛି।