‘ଗୋପନୀୟତା ବଜାୟ ରଖୁ ଗଣମାଧ୍ୟମ’
ଭୁବନେଶ୍ୱର (ଓଟି): ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାରଙ୍କ ଦ୍ଵାରା ଗଠିତ ଆଇଇସି ମୁଖ୍ୟ ମୁଖପାତ୍ର ସୁବତୋ ବାଗଚୀ। ସେ କହିଛନ୍ତି ଯେ ଜଣେ ୩୩ ବର୍ଷିୟ ଯୁବକ କରୋନା ଆକ୍ରାନ୍ତ ହୋଇଥିବାବେଳେ ଚିକିତ୍ସା କରାଯାଉଛି। ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ କରୋନା ସମ୍ପର୍କିତ ଖବର ପ୍ରସାରଣ ସମୟରେ ଗଣମାଧ୍ୟମ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଆକ୍ରାନ୍ତ, ସନ୍ଦିଗ୍ଧଙ୍କ ନାମ ଓ ପରିଚୟ ଗୋପନ ରଖାଯିବାକୁ କୁହାଯାଇଛି। ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ଚିକିତ୍ସା କରାଯିବ, ସଂକ୍ରମିତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ବୋଲି ସେ ପ୍ରକାଶ କରିଛନ୍ତି।