#coronaUpdates: ୨୪ ଘଣ୍ଟାରେ ରାଜ୍ୟରେ ୧୧ କରୋନା ପଜିଟିଭ୍‌, ୧୪ ସୁସ୍ଥ; ସମୁଦାୟ ସଂଖ୍ୟା ୧୫୪

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥିରୁ ଯାଜପୁର ଜିଲ୍ଲାରେ ୯ ଜଣ ଥିବା ବେଳେ ବଲାଙ୍ଗର ଜିଲ୍ଲାରୁ ଦୁଇଜଣ ରହିଛନ୍ତି। ଏହାଦ୍ଵାରା ରାଜ୍ୟରେ ସମୁଦାୟ କରୋନା ପଜିଟିଭ୍‌ ଚିହ୍ନିତଙ୍କ ସଂଖ୍ୟା ୧୫୪ାର ପହଞ୍ଚିଛି। ଏବେ ରାଜ୍ୟରେ ୯୮ଜଣ ରୋଗୀ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଭିତରୁ ଅନେକ କୌଣସି ଲକ୍ଷଣ ବିହୀନ ବୋଲି ଜଣାପଡ଼ିଛି। 

ଗତକାଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ୧୪ ଜଣ ସୁସ୍ଥ ହୋଇଛନ୍ତି। ଏହାଦ୍ଵାରା ସମୁଦାୟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି। 

ସମୁଦାୟ ରୋଗୀଙ୍କ ଭିତରୁ ଏବେ ଯାଜପୁରରୁ ସବୁଠାରୁ ଅଧିକ ସଂଖ୍ୟା ରହିଛି। ଏଠାର ୪୫ ରୋଗୀଙ୍କ ଭିତରୁ ଜଣେ  ସୁସ୍ଥ ହୋଇଥିବା ବେଳେ ଏବେ ୪୪ଜଣ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ। ଏ ସମସ୍ତଙ୍କର କଲିକତା ଫେରନ୍ତା ଇତିହାସ ରହିଛି। କିଏ ସିଧାଳଖ କୋଲକତାରୁ ଫେରି କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି ତ ଆଉ କେହି ଏହି ସନ୍ଦିଗ୍ଧ ରୋଗୀଙ୍କ ସଂସ୍ପର୍ଶରେ ଆସି କରୋନା ପଜିଟିଭ୍‌ ଶିକାର ହୋଇଛନ୍ତି

ଏହା ପରେ ବାଲେଶ୍ଵର ଜିଲ୍ଲାର ୧୭ଜଣ ଚିକିତ୍ସିତ ରୋଗୀ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହି ସଂଖ୍ରା ୧୬ ରହିଛି। ଏହି ସଂଖ୍ୟା ଓ ସଂକ୍ରମଣ କେବଳ ଭୁବନେଶ୍ଵରର କିଛି ନିର୍ଦିଷ୍ଟ ଅଞ୍ଚଳରେ ସୀମିତ। ଭୁବନେଶ୍ଵର ତଳକୁ ଭଦ୍ରକ ଜିଲ୍ଲାରେ ୧୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

ଗତକାଲି ପ୍ରଥମ କରି ବଲାଙ୍ଗୀର ଜିଲ୍ଲାରୁ ଦୁଇଜଣଙ୍କୁ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ଏମାନେ ବି ନିକଟରେ ଓଡ଼ିଶାକୁ ଫେରିଥିଲେ। 

ରାଜ୍ୟର ବାଲେଶ୍ଵର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ହଟ୍‌ସ୍ପଟ ବା ଅତି ସମ୍ବେଦନଶୀଳ ଅଞ୍ଚଳ ରହିଛି। ଏଠାରେ ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ଏହି ତିନି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି। ଏଠାରେ ସମସ୍ତ ପ୍ରକାର କଟକଣା ମେ ୧୭ ତାରିଖ ଯାଏ ଘୋଷଣା କରାଯାଇଛି। 

ଅନ୍ୟପକ୍ଷରେ ଭୁବନେଶ୍ଵରରେ ସଂକ୍ରମଣ ମାତ୍ରା ସୀମିତ ରହିବା ଏବଂ ଦ୍ଵିଗୁଣିତ ହେବା ହାର କମ୍‌ ଥିବାରୁ ଏହି ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅରେଞ୍ଜ ଜୋନ୍‌ରେ ଚିହ୍ନିତ କରାଯାଇଛି। ଏଠାରେ କଟକଣା ସାମାନ୍ୟ କୋହଳ ହେବ। ଏହିପରି ରାଜ୍ୟର ୫ଟି ଜିଲ୍ଲା ରହିଛି। ଏଠାରେ କ’ଣ କଟକଣା କୋହଳ ହେବ ଏବଂ କ’ଣ ରହିବ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ।

ସେହିପରି ରାଜ୍ୟର ୨୧ଟି ଜିଲ୍ଲାକୁ ଗ୍ରୀନ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏହି ଜୋନ୍‌ଗୁଡ଼ିକରେ  ପ୍ରାୟ ସମସ୍ତ ସେବା ଖୋଲା ରହିଛି। ସରକାରଙ୍କ ପକ୍ଷରୁ ଏଠାରେ ମଦ ଦୋକାନ ଖୋଲିବା ପାଇଁ ବି ଅନୁମତି ଦିଆଯାଇଛି। 

ଏବେ ନଜର ପକାନ୍ତୁ କେଉଁ ଜିଲ୍ଲାରେ ସଂକ୍ରମଣ ସ୍ଥିତି କେତେ ରହିଛି। 

 

ରାଜ୍ୟରେ କରୋନା ସ୍ଥିତି ସକାଳ 7 ଟା୨ମେ’ ୨୦୨୦

ଜିଲ୍ଲା ସମୁଦାୟ ପଜିଟିଭ୍‌ ସୁସ୍ଥ ଆକ୍ରାନ୍ତ
୧ ମେ’ ୨ ମେ’ ୧ ମେ’ ମେ’ ୧ ମେ’ ୨ ମେ’
ଖୋର୍ଦ୍ଧା ୪୭ ୪୭ ୨୭ ୩୦ ୧୯ ୧୬
ଯାଜପୁର ୩୬ ୪୫ ୦୧ ୦୧ ୩୭ ୪୪
ବାଲେଶ୍ଵର ୨୦ ୨୦ ୨୦ ୧୭
ଭଦ୍ରକ ୧୯ ୧୯ ୧୭ ୧୦
ସୁନ୍ଦରଗଡ଼ ୧୦ ୧୦ ୦୫ ୦୫
କେନ୍ଦ୍ରାପଡ଼ା ୦୨ ୦୨ ୦୧
କଳାହାଣ୍ଡି ୦୨ ୦୨
ପୁରୀ
କଟକ
ଢେଙ୍କାନାଳ
କୋରାପୁଟ
ଝାରସୁଗୁଡ଼ା
ଦେବଗଡ଼
କେନ୍ଦୁଝର
ବଲାଙ୍ଗୀର
ସମୁଦାୟ ୧୪୩ ୧୫୪ ୪୧ ୫୫ ୧୦୫ ୯୮

 

 

 

Leave a Reply

Your email address will not be published. Required fields are marked *