#coronaUpdates: ଦେଶରେ ୧୮ହଜାର ୬୦୧ କରୋନା ରୋଗୀ, ୧୪ହଜାର ୭୫୯ ସକ୍ରିୟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ ଚିନ୍ତା ବଢ଼ାଇଚାଲିଛି କରୋନା। ରାଷ୍ଟ୍ରପତି ଭବନରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଆଶଙ୍କା ଆହୁରି ବଢ଼ିଛି। ଏବେ ଦେଶରେ ସମୁଦାୟ ଚିହ୍ନିତ ପଜିଟିଭ୍‌ଙ୍କ ସଂଖ୍ୟା ୧୮ହଜାର ୬୦୧ ବୋଲି ଜଣାପଡ଼ିଛି। ଏଥିରୁ ୩୨୫୨ଜଣ ସୁସ୍ଥ ହୋିଥିବା ବେଳେ ଦେଶରେ ୫୯୦ଜଣଙ୍କ ମୃତ୍ୟୁ ଘଟିଛି। ଏବେ ୧୪୭୫୯ଙ୍କ ଶରୀରରେ କରୋନା ଭୁତାଣୁ ସକ୍ରିୟ ରହିଛି। ସେମାନଙ୍କୁ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସା କରାଯାଉଛି।

ବିଶ୍ଵରେ କରୋନା ସ୍ଥିତି ଗମ୍ଭୀର ହୋଇଚାଲିଛି। ଏବେ ସମୁଦାୟ ଚିହ୍ନିତ କରୋନା ପଜିଟିଭ୍‌ ସଂଖ୍ୟା ରହିଛି ୨୪ ଲକ୍ଷ ୭୨ ହଜାର ୨୫୯। ଏଥିରୁ ୧ଲକ୍ଷ ୬୯ ହଜାର ୯୮୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଲକ୍ଷ୪୫ ୭୩୮ଜଣ ସୁସ୍ଥ ହୋଇଛନ୍ତି। ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ରହିଛି ୧୬ ଲକ୍ଷ ୫୬ ହଜାର ୫୩୫।

କରୋନା ଅପ୍‌ଡେଟ୍‌ ବିଶ୍ଵ ଓ ଭାରତ; ସକାଳ ୯ଟା, ଏପ୍ରିଲ୍‌୨୧, ୨୦୨୦

  ଚିହ୍ନିତ ମୃତ ସୁସ୍ଥ ସକ୍ରିୟ
ବିଶ୍ଵ ୨୪୭୨୨୫୯ ୧୬୯୯୮୬ ୬୪୫୭୩୮ ୧୬୫୬୫୩୫
ଭାରତ ୧୮୬୦୧ ୫୯୦ ୩୨୫୨ ୧୪୭୫୯

 

 ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ

ରାଷ୍ଟପ୍ରତି ଭବନରେ #CoronaPositive, ଶତାଧିକ ପରିବାରକୁ ଏକାନ୍ତବାସ ନିର୍ଦେଶ

#coronaOdishaUpdates: ବାଲେଶ୍ଵରରେ ୫ ନୂଆ କରୋନା ପଜିଟିଭ୍‌, ରାଜ୍ୟରେ ସଂଖ୍ୟା ପହଞ୍ଚିଲା ୭୯

ଭୁବନେଶ୍ଵରରେ #Lockdown ହେଲା କୋହଳ

Leave a Reply

Your email address will not be published.