#coronaUpdates: ସିଆର୍‌ପିଏଫ ମୁଖ୍ୟାଳୟ ସିଲ୍‌, ନିୟନ୍ତ୍ରଣ କକ୍ଷ ବି ବନ୍ଦ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ନୂଆଦିଲ୍ଲୀର ସିଜିଓ କଂପ୍ଲେକ୍ସରେ ଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସବଳ ( ସିଆର୍‌ପିଏଫ୍‌) ମୁଖ୍ୟଳୟକୁ ବନ୍ଦ ଘୋଷଣା କରାଯାଇଛି।  ଏଠାରେ ସିଆର୍‌ପିଏଫ୍‌ ଡିଜି ଓ ସ୍ଵତନ୍ତ୍ର ଡିଜିଙ୍କ ସହ ନିୟନ୍ତ୍ରଣ କକ୍ଷ ବି ରହିଛି। ଜଣେ ଉଚ୍ଚପଦସ୍ଥ କର୍ମଚାରୀଙ୍କ ସରକାରୀ ସହଯୋଗୀ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଶରୀର କରୋନା ଭୁତାଣୁ ସଂକ୍ରମିତ ବୋଲି ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି। ବିଶୋଧୀକରଣ ନହେବା ଯାଏ ଏଠାକୁ ସମସ୍ତ ଯିବା ଆସିବ ବନ୍ଦ ରହିବ ବୋଲି ରବିବାର ସିଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି।

ଶନିବାରଦିନ ଏହି କର୍ମଚାରୀଙ୍କ ନମୁନାରେ କରୋନା ଭୁତାଣୁ ଚିହ୍ନଟ କରାଯାଇଥିଲା। ଏହାଙ୍କ ସମ୍ପର୍କରେ କିଛି ବରିଷ୍ଠ ଅଧିକାରୀ ବି ଆସିଥିବା ଆଶଙ୍କା ରହିଛି। ଏମାନଙ୍କୁ ଏକାନ୍ତବାସ ( ଆଇସୋଲୋସନ୍‌)ରେ ଯିବା ପାଇଁ କୁହାଯାଇଛି।

ଜଣେ କର୍ମଚାରୀ କରୋନା ପଜିଟିଭ୍‌ ବୋଲି ଚିହ୍ନିତ ହେବା ପରେ ସମ୍ପୃକ୍ତ କୋଠାକୁ  ସିଲ୍‌ କରାଯାଇଛି। ଏଠାରୁ ସମସ୍ତ ଯିବା ଆସିବା ଅନିର୍ଦିଷ୍ଟ କାଳ ପାଇଁ ବାତିଲ୍‌ କରାଯାଇଛି। କେବେ ବିଶୋଧୀକରଣ ହେବ ଏବଂ କେବେ ଅଫିସ ଖୋଲିବ ସେସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ଜଣେ ସିଆର୍‌ପିଏ୍‌ ଅଧିକାରୀ ଏଏନ୍‌ଆଇ ନ୍ୟୁଜ୍‌ ଏଜେନ୍ସୀକୁ କହିଛନ୍ତି।

 

 

 

Leave a Reply

Your email address will not be published. Required fields are marked *