#coronaupdates: ଭୁବନେଶ୍ଵର ହଟ୍‌ସ୍ପଟ୍‌, ୩୧ ସକ୍ରିୟ କରୋନା ପଜିଟିଭ୍‌, ଗୋଟିଏ ପରିବାରରୁ ୧୯

ଭୁବନେଶ୍ଵର, (ଓଟି): ରାଜ୍ୟବାସୀଙ୍କ ନିଦ ହଜାଇଦେଇଛି କରୋନା ପଜିଟିଭ୍‌। ସନ୍ଧ୍ୟାବେଳେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଦୀପଜାଳି କରୋନା ବିରୁଦ୍ଧରେ ଏକାଠି ହେବାର ବାର୍ତ୍ତା ଦେଇ ଫେରିବା ବେଳକୁ ରାଜ୍ୟ ସରକାରଙ୍କ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ଘୋଷଣା ସମସ୍ତଙ୍କ ହତ୍‌ବାକ୍‌ କରିଛି। ପୁଣି ଏ ସଂଖ୍ୟା ଦୁଇଟି କି ୫ଟି ନୁହେଁ, ସରକାର ଗୋଟିଏ ପରିବାରରୁ ୧୫ ସମେତ ଆହୁରି ୧୬ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ଦର୍ଶାଇଛନ୍ତି। ଏହାଦ୍ଵାରା ସମୁଦାୟ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ଭୁବନେଶ୍ଵରରେ ୩୧ରେ ପହଞ୍ଚିଛି। ଏହା ପୂର୍ବରୁ ଦୁଇଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏସବୁ ସଂଖ୍ୟାକୁ ମିଶାଇଲେ ଭୁବନେଶ୍ଵରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ପହଞ୍ଚିଛି ୩୩।

ଓଡ଼ିଶାରେ ଏଯାଏ ସମୁଦାୟ ୩୯ ଜରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟ ଯେଉଁ ୬ ଜଣ ଆକ୍ଟିଭ୍‌ ରହିଲେ ସେଥିରୁ କଟକ, ଯାଜପୁରର ବ୍ରହ୍ମବରଦା, କଳାହାଣ୍ଡି ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଏନ୍‌ଏସି ଅଞ୍ଚଳରୁ ୩ଜଣଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଆତଙ୍କ ବଢ଼ିଛି। 

ଏମସ୍ତଙ୍କ ସଂକ୍ରମଣ ବାହାର ରାଜ୍ୟ ବା ବାହାର ଦେଶରୁ ଆମଦାନୀ ହୋଇଥିବା ରାଜ୍ୟ ଶାସନ ସ୍ପଷ୍ଟ ହୋଇଛି । ପୁଣି ଯେଉଁ ସଂକ୍ରମଣରୁ ଅନ୍ୟଙ୍କୁ ଭୁତାଣୁ ଡେଇଁଛି ତାହା ଗୋଟିଏ ପରିବାର ବା ସମ୍ପର୍କୀୟଙ୍କ ସୀମିତ ରହିଛି। ଏଣୁ ରାଜଧାନୀରେ ଏଯାଏ ସ୍ଥାନୀୟ ସଂକ୍ରମଣ ହେବାର ଆଶଙ୍କା ସୃଷ୍ଟଇ ହୋଇ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। କିନ୍ତୁ ଆଗକୁ ଏମାନେ ଯେମିତି ସଂକ୍ରମଣର ବାହକ ନହେବେ ସେଥିଲାଗି ସରକାରଙ୍କ ପକ୍ଷରୁ ଯେଉଁ ଅଞ୍ଚଳରେ କରେନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି ତାହାର ଆଖପାଖ ଓ ରୋଗୀଙ୍କ ନିକଟ ସମ୍ପର୍କୀୟ, ସେ ଯାଇଥିବା ଜାଗାକୁ ଚିହ୍ନଟ କରାଯାଇ ତାହାକୁ ସିଲ୍‌ କରାଯାଉଛି, ବିଶୋଧନ କରାଯାଉଛି। ସମ୍ପର୍କୀୟଙ୍କ ସାମ୍ପଲ୍‌ ନେଇ ପରୀକ୍ଷଣ କରାଯିବା ସହ ତାଙ୍କୁ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ରଖଯାଉଛି।

ବମିଖାଲ୍‌ରୁ ୧୯

ଭୁବନେଶ୍ଵରରେ ଯେଉଁ ଘଟଣାସବୁ ସାମ୍ନାକୁ ଆସିଛି ସେଥିରେ ଗୋଟିଏ ପରିବାରର ୧୯ ଜଣ ରହିଛନ୍ତି। ସେମାନେ ସବୁ ବମିଖାଲରେ ରହନ୍ତି।  ତାଙ୍କ ପରିବାରର କେହିଜଣେ ବ୍ୟକ୍ତି ଭୋପାଳରେ ରହନ୍ତି ଏବଂ ସେହି ବ୍ୟକ୍ତି ସଂକ୍ରମିତ ଅଛନ୍ତି। ଏଣୁ ତାଙ୍କଠାରୁ ଏଠାରେ ଭୁତାଣୁ ଆସିଥାଏ ବୋଲି ଆଶଙ୍କା କରାଯାଉଛି। ବିଏମ୍‌ସି ପକ୍ଷରୁ ଏହି ଅଞ୍ଚଳକୁ ସିଲ୍‌ କରାଯାଇଛି। ବିଶୋଧନ କରାଯାଇଛି। କୌଣସି ବାହାର ଲୋକଙ୍କ ପ୍ରବେଶ ବା ଏହି ଲୋକଙ୍କ ବାହାରକୁ ଯିବା ଉପରେ ପ୍ରତିବନ୍ଧକ ରହିଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ପରୀକ୍ଷଣ କରାଯାଉଛି। ଏଠାରୁ ଏପ୍ରିଲ୍‌୩ ତାରିଖରେ ଏକାସାଙ୍ଗରେ ୩ ଜଣଙ୍କୁ କରୋନା ପଜିଟିଭ୍‌ ଘୋଷଣା କରାଯାଇଥିଲା । ଏହାପରେ ୫ ତାରିଖ ଦିନ ୧୬ଜଣ କରୋନା ସାମ୍ପଲ୍‌ ଏହି ଅଞ୍ଚଳର ବୋଲି ଜଣାପଡ଼ିଥିଲା।

ସୂର୍ଯ୍ୟ ନଗରରୁ ୮

ରାଜଧାନୀର ସୂର୍ଯ୍ୟନଗର ହେଉଛି ଆଉ ଏକ ହଟ୍‌ସ୍ପଟ୍‌। ଏଠାରେ ଯେଉଁ ସଂକ୍ରମଣ ହୋଇଛି ତାଙ୍କୁ ୫ମ କରୋନା ରୋଗୀ ବୋଲି ଚିହ୍ନିତ କରାଯାଇଛି। ତାଙ୍କର କୌଣସି ବାହାର ଯାତ୍ରା ଇତିହାସ ନଥିଲେ ବି ତାଙ୍କ ପରିବାରର କେହି କରୋନା ପ୍ରଭାବିତ ପଶ୍ଚିମବଙ୍ଗରୁ ଆସିଥିଲେ। ଏବଂ ତାଙ୍କଠୁ ଭୁତାଣୁ ଆସିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୮ ଜଣଙ୍କୁ ପ୍ରଶାସନ ଚିହ୍ନଟ କରିଛି। ସେମାନଙ୍କର ପରୀକ୍ଷଣ କରାଯାଇଛି । ୭ଜଣ ପଜିଟିଭ୍‌ ଆସିଥିବା ସ୍ଵାସ୍ଥ୍ୟ ବିଭାଗ କହିଛି। ଫଳରେ ସୂର୍ଯ୍ୟ ନଗରରେ ସଂଖ୍ୟା ୮ ହୋଇଛି।

ଏହି ଦୁଇ ଅଞ୍ଚଳ ବ୍ୟତୀତ ଶହୀଦନଗରର ଜଣେ ସକ୍ରିୟ କରୋନା ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି। ଆଉଜଣଙ୍କ ବାବଦରେ କୌଣସି ତଥ୍ୟ ରାଜ୍ୟ ସରକାର ପ୍ରଦାନ କରିନାହାନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦିନକୁ ଦିନ ସଂଖ୍ୟା ବିସ୍ଫୋରକ ହେବା ରାଜ୍ୟ ସରକାରଙ୍କ ପାଇଁ ଏକ ମୁଣ୍ଡବିନ୍ଧା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ମୁଖ୍ୟମନ୍ତ୍ରୀ ଏହାକୁ ପ୍ରତ୍ୟକ୍ଷଭାବେ ଅନୁଧ୍ୟାନ କରିବା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଆତଙ୍କ ହେବାର କାରଣ ନାହିଁ। କିନ୍ତୁ ଲୋକଙ୍କୁ ସାବଧାନ ରହିବାକୁ ହେବ। କୌଣସି ପରିସ୍ଥିତିରେ ବି ସୋଶାଲ୍‌ ଡିଷ୍ଟାନ୍‌ସିଂ ନିୟମକୁ ତ୍ୟାଗ ନକରିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଦୁଇଟି କ୍ଲଷ୍ଟର ଭୁବନେଶ୍ଵରରେ କରୋନା ପଜିଟିଭ୍‌ ବୋଲି ଚିହ୍ନଟ କରାଯାଇଛି। ସେ ଦୁଇଟି ହେଉଛି ବମିଖାଲ ଏବଂ ସୂର୍ଯ୍ୟ ନଗର। ଏହାକୁ ସିଲ୍‌ କରାଯାଇଛି।

ଯେଉଁ ଲୋକମାନେ ଏହି ସିଲ୍‌ ହୋଇଥିବା ଅଞ୍ଚଳରେ ରହିଛନ୍ତି ସେମାନଙ୍କ ପାଇଁ ଆବଶ୍ୟକ ସଉଦାପତ୍ର ସେଠାରେ ଉପଲବ୍ଧ କରିବା, ଡାକ୍ତର ଏବଂ ଅନ୍ର ସ୍ଵାସ୍ଥ୍ୟକର୍ମୀଙ୍କ ପାଖଷର ପିପିଇ ଉପଲବ୍ଧ କରାଇବା ଲାଗି ଜିଲ୍ଲା ପ୍ରଶାସନକୁ ସରକାର ନିର୍ଦେଶ ଦେଇଛନ୍ତି।

 

 

 

Leave a Reply

Your email address will not be published. Required fields are marked *