#CoronaUpdates: ଭାରତରେ ୫୬୩ ନୂଆ ରୋଗୀ, ୧୩ ଅଧିକ ମୃତ; ଜାଣନ୍ତୁ କେଉଁ ରାଜ୍ୟରେ କେତେ ରୋଗୀ

ଭୁବନେଶ୍ଵର, (ଓଟି): ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗତ ୨୪ ଘଣ୍ଟା ଭିତରେ ୧୩ ରହିଛି। ଏହାଦ୍ଵାରା ସମୁଦାୟ ମୃତ୍ୟୁ ସଂଖ୍ୟା ୯୯ ହୋଇଛି। ଗତକାଲି ତାଲା ୮୬ ରହିଥିଲା । ସେହିପରି ସମୁଦାୟ କରୋନା ପଜିଟିଭ୍‌ ଚିହ୍ନିତ ସଂଖ୍ୟାରେ ୫୬୩ ନୂଆ ଲୋକଙ୍କ ନାଁ ଯୋଡ଼ି ହୋଇ ସମୁଦାୟ ସଂଖ୍ୟା ୩୬୭୧ରେ ପହଞ୍ଚିଛି। ଗତ କାଲି ସମୁଦାୟ ରୋଗୀଙ୍କ ସଂଖ୍ୟାରେ ୬୬୫ ଜଣ ନୂଆ ରୋଗୀ ସାମିଲ୍‌ ହୋଇଥିଲେ। ଅନେକ ଦିନ ଧରି ନିୟନ୍ତ୍ରଣରେ ଚାଲିଥିବା ଭାରତରେ ଗତକାଲି ସ୍ଥିତି ଏକ ବିସ୍ଫୋରଣ ପରି ହୋଇଥିଲା।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କ ଭିତରୁ ୬୦ ପ୍ରତିଶତ ଦିଲ୍ଲୀର ନିଜାମୁଦ୍ଦିନ ତବ୍‌ଲାଗି ଜମାତ୍‌ ସହ ସମ୍ପର୍କିତ।

ଆଜି ସକାଳ ସୁଦ୍ଧା ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ଭିତରୁ ୩୨୮୯ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ସେମାନଙ୍କ ଭିତରୁ ୨୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଘରେ ସେମାନଙ୍କୁ ୧୪ ଦିନର ଏକାନ୍ତବାସରେ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସମୁଦାୟ ମୃତ୍ୟୁ ସଂଖ୍ୟା ରହିଛି ୯୯।

ଏହି ତାଲିକାରେ ଭାରତର ରାଜ୍ୟମାନଙ୍କ ଭିତରେ ସର୍ବୋଚ୍ଚ ସ୍ଥାନରେ ରହିଛି ମହାରାଷ୍ଟ୍ର। ଏଠାରେ ୬୩୫ଜଣ କରୋନା ସନ୍ଦିଗ୍ଧଙ୍କ ନମୁନାରେ କରୋନା ଭୁତାଣୁ ଚିହ୍ନଟ କରାଯାଇ ଆବଶ୍ୟକ ଚିକିତ୍ସା ପ୍ରଦାନ କରାଯାଉଛି। ୫୫୧ଜଣ ରୋଗୀ ସକ୍ରିୟ ଥିବାବେଳେ ୫୨ଜଣ ଏବେ ସୁସ୍ଥ ହୋଇ ଡାକ୍ତରଖାନାକୁ ଫେରିଛନ୍ତି। ମୃତ୍ୟୁ ସଂଖ୍ୟା ୩୨ ରହିଛି। ମହାରାଷ୍ଟ୍ର ତଳକୁ ତାମିଲ୍‌ନାଡ଼ୁରେ ଚିହ୍ନିତ ରୋଗୀଙ୍କ ସଂଖ୍ୟା ୪୮୫ ଥିବା ବେଳେ ଦିଲ୍ଲୀରେ ୪୪୫,   କେରଳରେ୩୦୬, ତେଲେଙ୍ଗାନାେ୨୭୨ ଜଣ ରୋଗୀ କରୋନା ଭୁତାଣୁ ସଂକ୍ରମିତ ବୋଲି ଜଣାପଡ଼ିଛି।

ଓଡ଼ିଶାରେ ଗତକାଲି ଜଣେ ରୋଗୀଙ୍କୁ କରୋନା ଚିହ୍ନଟ କରାଯାଇଛି। ଏହି ରୋଗୀ ଜଣଙ୍କ ପାଷଖର କୌଣସି ଜଣାଶୁଣା ଲକ୍ଷଣ ନଥିଲା। ହେଲେ ସେ ବାହାରିନ୍‌ରୁ ଫେରିଥିଲେ। କଳାହାଣ୍ଡିର ଏହି ରୋଗୀଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ହେଲେ ଉତ୍ତରାଖଣ୍ଡରେ ଗତକାଲି ରୋଗୀଙ୍କ ସଂଖ୍ୟା ବଢ଼ି ୨୨ରେ ପହଞ୍ଚିବାରୁ ଓଡ଼ିଶାର ସ୍ଥାନ ଗତକାଲି ୧୮ ଥିବାବେଳେ ଆଜି ଭାରତ ବର୍ଷରେ ୧୯ତମ ଅଧିକ ସଂକ୍ରମିତ ରୋଗୀଙ୍କୁ ଧାରଣ କରିଥିବା ରାଜ୍ୟ ଭାବେ ପରିଚିତ ହୋଇଛି।

https://www.covid19india.org/ଙ୍କ ତଥ୍ୟ ଅନୁସାରେ ନିମ୍ନରେ ସାରଣୀ ପ୍ରଦାନ କରଗଲା। ଯାହା ଭାରତର ସ୍ଥିତିକୁ ସ୍ପଷ୍ଟ କରେ।

STATE/UT

CONFIRMED

ACTIVE

RECOVERED

DECEASED
MAHARASHTRA 635 551 52 32
TAMIL NADU 485 474 8 3
DELHI 445 423 16 6
KERALA 306 254 50 2
TELANGANA 272 228 33 11
UTTAR PRADESH 234 211 21 2
RAJASTHAN 200 174 25 1
ANDHRA PRADESH 192 189 2 1
MADHYA PRADESH 179 168 11
KARNATAKA 144 129 11 4
GUJARAT 108 88 10 10
JAMMU AND KASHMIR 92 87 3 2
HARYANA 84 55 29
PUNJAB 65 57 3 5
WEST BENGAL 53 44 3 6
BIHAR 32 28 3 1
ASSAM 26 26
UTTARAKHAND 22 20 2
ODISHA 21 19 2
CHANDIGARH 18 15 3
LADAKH 14 11 3
ANDAMAN AND NICOBAR ISLANDS 10 10
CHHATTISGARH 10 7 3
GOA 7 7
HIMACHAL PRADESH 6 3 1 2
PUDUCHERRY 5 5
JHARKHAND 2 2
MANIPUR 2 2
ARUNACHAL PRADESH 1 1
MIZORAM 1 1
TOTAL 3671 3289 283 99

Leave a Reply

Your email address will not be published.