#CoronaUpdates: ୪ ନୂଆ ପଜିଟିଭ୍, ପରୀକ୍ଷା ତ୍ଵରାନ୍ବିତ କରିବାକୁ ପହଞ୍ଚିଲା ୪ ହଜାର ଟେଷ୍ଟ କିଟ୍
ଭୁବନେଶ୍ଵର, (ଓଡ଼ିଶାଟାଇମ୍): ରାଜ୍ୟରେ ପୁଣି ୪ଜଣଙ୍କ ନମୁନାରେ କରୋନା ଭୁତାଣୁ ଥିବା ଚିହ୍ନଟ କରାଯାଇଛି। ଏହାଫଳରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୬ରେ ପହଞ୍ଚିଛି।
ଗୁରୁବାର ଅପରାହ୍ଣରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଟି ସାମ୍ପଲ୍ରେ କରୋନା ପଜିଟିଭ୍ ଥିବା କୁହାଯାଇଥିଲା। ସେମାନଙ୍କ ଭିତରୁ ଜଣେ ଢେଙ୍କାନାଳର ୫୧ ବର୍ଷୀୟ ମହିଳା ଥିବାବେଳେ ଅନ୍ୟଜଣେ ୬୯ ବର୍ଷୀୟ ପୁରୁଷ। ସେ ମିଦିନାପୁରୁ ଭୁବନେଶ୍ଵରରର ଏକ ଘରୋଇ ହସ୍ପିଟାଲ୍କୁ ସାଧାରଣ ରୋଗୀ ଭାବେ ଆସି ଚିକିତ୍ସିତ ହେଉଥିଲେ।
କିନ୍ତୁ ଢେଙ୍କାନାଳର ମହିଳା ଜଣଙ୍କ ଦିଲ୍ଲୀ ନିଜାମ୍ମୁଦି ଧର୍ମସଭା ସହ ପରୋକ୍ଷ ସମ୍ପର୍କ ରହିଥିଲା। ସେ ୩ ଏପ୍ରିଲ୍ରୁ ସରକାରୀ ପୃଥକାବାସରେ ଥିଲେ। କିନ୍ତୁ ଗୁରୁବାଦଦିନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଅନ୍ୟ ୪ ଜଣ ପଜିଟିଭ୍ଙ୍କ ବାବଦରେ କୌଣସି ତଥ୍ୟ ସ୍ଵାସ୍ଥ୍ୟ ବିଭାଗ ପ୍ରଦନେ କରି ନାହିଁ।
ଏଯାଏ ରାଜ୍ୟରେ ୩୨୪୯ଟି ସାମ୍ପଲ୍ ପରୀକ୍ଷା କରାଯାଇଛି। ଏଥିରୁ ୩୨୦୧ଟି ସମ୍ପୂଲ୍ରେ ଭାଇରସ୍ ନଥିବା ସ୍ପଷ୍ଟ ହୋଇଥିବା ବେଳେ ୪୮ଟି ସାମ୍ପଲ୍ ପଜିଟିଭ୍ ଆସିଛି। ଗତକାଲି ୪୦୨ଟି ସାମ୍ପଲ୍ ପରୀକ୍ଷା କରାଯାିଥିଲା ୬ଟି ପଜିଟିଭ୍ ଆସିଥିଲା।
ରାଜ୍ୟ ସରକାର ଏବେ ସାମ୍ପଲ୍ ପରୀକ୍ଷାକୁ ଆହୁରି ବଢ଼ାଇବା ଲାଗି ଉଦ୍ୟମ କରିଛନ୍ତି। ଏଥିଲାଗି ଆବଶ୍ୟକ ମେଡିକାଲ୍ ସରଞ୍ଜାମ ଏୟାର ଇଣ୍ଡିଆ କାର୍ଗୋ ଏବଂ ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ ରାଜ୍ୟରେ ପହଞ୍ଚିଛି। ଗତକାଲି ୪୦୦୦ ଟେଷ୍ଟ କିଟ୍ ଏବଂ ଭିଟିଏମ୍ ଭୁବନେଶ୍ଵରରେ ପହ୍ୟ୍ଚିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ