#coronaUpdates: ଓଡ଼ିଶାର ୨୧ ଜିଲ୍ଲାକୁ କରୋନା ଛୁଇଁନି, ୩ ମୁକ୍ତ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟର ୨୧ ଜିଲ୍ଲାରେ କରୋନା ଭୁତାଣୁ ସଂକ୍ରମଣ ପହଞ୍ଚିପାରି ନାହିଁ। ଏହି ସବୁ ଜିଲ୍ଲାରୁ ଦାଦନ ଶ୍ରମିକ ଭାବେ ବିଭିନ୍ନ ରାଜ୍ୟରେ କାମ କରୁଥିବା ଗ୍ରାମ ଓ ସହରବାସୀ ରହିଛନ୍ତି। କିନ୍ତୁ ରାଜ୍ୟରେ ଲକ୍ଡାଉନ୍ ଓ ସାମାଜିକ ଦୂରତ୍ଵ ରକ୍ଷା ତଥା ସଚେତନତା ହେତୁ କରୋନା ଭୁତାଣୁ ପହଞ୍ଚିପାରି ନାହିଁ। ସେହିପରି ପୁରୀ, ଯାଜପୁର ଓ କଟକ ଭଳି ତିନୋଟି ଜିଲ୍ଳାରେ ଯେଉଁ ଜଣେ ଲେଖାଏଁ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା ସେମାନେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅର୍ଥାତ୍ ଏବେ ୩ ଜିଲ୍ଲା କରୋନା ମୁକ୍ତ ହୋଇଛି।
ଓଡ଼ିଶାର ଯେଉଁ ୫ଟି ଜିଲ୍ଲାରେ କରୋନା ଭୁତାଣୁ ପରାକ୍ରମ ଦେଖାଇଛି ସେଥିରେ ସବୁଠାରୁ ଆଗରେ ରହିଛି ଖୋର୍ଦ୍ଧାଜିଲ୍ଲା। ଅବଶ୍ୟ ଏହି ଜିଲ୍ଲାର କେବଳ ଭୁବନେଶ୍ଵର ବା ରାଜଧାନୀରେ ହିଁ କରୋନୀ ସୀମିତ ରହିଛି। ସମୁଦା ୫୪ ରୋଗୀଙ୍କ ଭୀତରୁ ଏହି ସ୍ଥାନରେ ରହିଛି ୪୧ ନାଁ। ସେଥିରୁ ୭ ଜଣ ସୁସ୍ଥ ହୋଇଛନ୍ତି।
ଖୋର୍ଦ୍ଧା ଜିଲ୍ଲା ତଳକୁ ରହିଛି ଭଦ୍ରକ। ଏହି ଜିଲ୍ଲାରେ ତିନି ଜଣ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଛି। ସେଥିରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କଳାହାଣ୍ଡି, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼। ଏହୀି ତିନୋଟି ଜିଲ୍ଲାରେ ଦୁଇଜଣ ଲେଖାଏ କରୋନା ରୋଗୀ ରହିଛନ୍ତି। ଏମାନଙ୍କର ବିଦେଶ ବା ବାହାର ରାଜ୍ୟ ଗସ୍ତ ଇତିହାସ ରହିଛି। ପୁଣି ଚିହିନତସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁ ସେମାନେ ସଂକ୍ରମଣର ଶିକାର ହୋଇଥିବା ସ୍ଵାସ୍ଥୃ ବିଭାଗ ପକ୍ଷରୁ କୁହଯାଇଛି। ଏହାତଳକୁ ରହିଛି ଢେଙ୍କାନାଳ। ଏଠାରେ ଜଣେ କରୋନା ରୋଗୀ ରହିଛନ୍ତି।
ଓଡ଼ିଶାର କେଉଁ ଜିଲ୍ଲା | କେତେ ରୋଗୀ | |
ସମୁଦାୟ | ସୁସ୍ଥ | |
ଖୋର୍ଦ୍ଧା | ୪୧ | ୭ |
ଭଦ୍ରକ | ୩ | ୨ |
ସୁନ୍ଦରଗଡ଼ | ୨ | ୦ |
କେନ୍ଦ୍ରାପଡ଼ା | ୨ | ୦ |
କଳାହାଣ୍ଡି | ୨ | ୦ |
କଟକ | ୧ | ୧ |
ଯାଜପୁର | ୧ | ୧ |
ପୁରୀ | ୧ | ୧ |
ଢେଙ୍କାନାଳ | ୧ | ୦ |
ସମୁଦାୟ | ୫୪ | ୧୨ |