#CoronaUpdates: ଦିନକରେ ୧୩୩୪ କରୋନା ପଜିଟିଭ୍‌, ୨୭ ମୃତ

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌): ଦେଶକୁ ଏବେ କରୋନା ସମ୍ପର୍କିତ ମିଶ୍ରିତ ଫଳ ମିଳୁଛି। ଭାରତ ସରକାରଙ୍କ ଘୋଷଣା ଅନୁସାରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୩୪ଟି ନୂଆ କୋଭିଡ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୭ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷେ ଦେଶର ୫୪ଟି ଜିଲ୍ଲା ଯେଉଁଠାରେ କରୋନା ରୋଗୀଙ୍କୁ ବାରମ୍ବାର ଚିହ୍ନଟ କରାଯାଉଥିଲା ସେସବୁ ଗଲା ୧୪ ଦିନ ହେଲା କରୋନା ମୁକ୍ତ ଜିଲ୍ଲା ଭାବେ ପରିଚିତ ହୋଇଛନ୍ତି।

ଏହି ଖବରକୁ ପ୍ରକାଶ କରି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣୟ ପକ୍ଷରୁ କୁହାଯାଇଛିି ଯେ, ୨୩ଟି ରାଜ୍ୟର ୫୪ଟି ଜିଲ୍ଲାରେ ଗତ ୧୪ ଦିନ ହେଲା କୌଣସି କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇ ନାହିଁ।

ଏବେ ଦେଶରେ ସମୁଦାୟ ୧୫୭୧୨ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେହିପରି କରୋନା ହେତୁ ଦେଶରେ ୫୦୭ ଜଣଙ୍କର ମୃତ୍ୟୁ ଘଟିଛି। ଏ ଭିତରେ ସମୁଦାୟ ୨୨୩୧ଜଣ ରୋଗୀ ସୁସ୍ଥ ହୋଇଛନ୍ତି ବୋଲି ମନ୍ତ୍ରଣାଳୟ ଦର୍ଶାଇଛି।

 

Leave a Reply

Your email address will not be published.