#CoronaUpdate: ରାଜ୍ୟରେ ଆଉଜଣେ କରୋନା ପଜିଟିଭ୍, ସମୁଦାୟ ସଂଖ୍ୟା ୬୧
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଦୁଇଦିନର ନୀରବ ରହିଥିବା କରୋନା ପ୍ରକୋପ ପୁଣିଥରେ ଉଜ୍ଜୀବୀତ ହୋଇଛି। ଶୁକ୍ରବାରର ନମୁନା ପରୀକ୍ଷଣ ରିପୋର୍ଟରେ ଆଉ ଜଣେ ରୋଗୀଙ୍କ ନମୁନାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ଏହାଦ୍ଵାରା ରାଜ୍ୟର ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ଏଯାଏ ରାଜ୍ୟରେ ସ୍ଵାସ୍ଥ୍ୟ ବିଭାଗର ଡାକ୍ତରଙ୍କ ପ୍ରଚେଷ୍ଟା ହେତୁ ୨୪ ଜଣ ସୁସ୍ଥ ହୋଇଛନ୍ତି। ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ଜଣ ରୋଗୀ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ଏମାନଙ୍କ ଭିତରୁ କେତେ ରୋଗୀଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବିଗିଡ଼ିଛି ସେ ବାବଦରେ କିଛି କୁହାଯାଇ ନାହିଁ। ପୁଣି ସ୍ଵାସ୍ଥ୍ୟ ବିଭାଗ ଯେଉଁ ଦୁଇଜଣଙ୍କୁ ଭେଣ୍ଟିଲେଟର ଲଗାଯାଇଥିବା ସୂଚନା ଦେଇଥିଲେ ସେମାନଙ୍କ ବାବଦରେ କିଛି କହି ନାହାନ୍ତି।
ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ୬୧ତମ କରୋନା ରୋଗୀଙ୍କ ବାବଦରେ କୌଣସି ସୂଚନା ଦିଆଯାଇ ପାହିଁ।
୧୪ ତାରିଖ ଶେଷଥର ପାଇଁ ୪ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଏହା ପରେ ଦୁଇଦିନ ରାଜ୍ୟରେ କୌଣସି କରୋନା ରୋଗୀ ଚିହ୍ନିତ ହୋଇ ନଥିଲେ।
ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ୩ଜଣ ରୋଗୀ ସୁସ୍ଥ ହୋଇଛନ୍ତି।