#coronaOdishaUpdates: ବାଲେଶ୍ଵରରେ ୫ ନୂଆ କରୋନା ପଜିଟିଭ୍, ରାଜ୍ୟରେ ସଂଖ୍ୟା ପହଞ୍ଚିଲା ୭୯
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ପଶ୍ଚିମବଙ୍ଗ ସୀମାନ୍ତ ଓଡ଼ିଶାର ବାଲେଶ୍ଵର ଜିଲ୍ଲାରେ ପୁଣି ୫ ଜଣ ସନ୍ଦିଗ୍ଧ କରୋନା ଭୁତାଣୁ ସଂକ୍ରମିତ ବୋଲି ସ୍ପଶ୍ଟ ହୋଇଛି। ରାଜ୍ୟ ସ୍ଵସ୍ଥେ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହା ଦର୍ଶାଇଛନ୍ତି। ତେବେ ଏହି ରୋଗୀମାନେ କେଉଁଠୁ ଆସିଛନ୍ତି ତାହା ଜଣା ପଡ଼ି ନାହିଁ। ଏହି ସଂଖ୍ୟା ଦ୍ଵାରା ବାଲେଶ୍ଵରରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ସେହିପରି ରାଜ୍ୟରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ୭୯ ହୋଇଛି।
ଗତକାଲି ବାଲେଶ୍ଵରର ନୀଳଗିରି ଅଞ୍ଚଳରେ ଜଣେ ଅଢ଼େଇ ବର୍ଷର ଝିଅ ସମେତ ଦୁଇଜଣ କରୋନା ଆକ୍ରାନ୍ତ ହୋଇଥିଲେ। ସହରର ନିଳିଆ ବାଗ ଅଞ୍ଚଳରେ ୧ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା।
ସେହିପରି ଭଦ୍ରକ ଜିଲ୍ଲାରେ ୫ ଜଣ ରୋଗୀଙ୍କ ଚିହ୍ନଟ କରାଯିବା ଦ୍ଵାରା ଜିଲ୍ଲାରେ ସମୁଦାୟ କରୋନା ଚିହ୍ନଟଙ୍କ ସଂଖ୍ୟା ୮ ହୋଇଥିଲା। ଯାଜପୁରରେ ଗତକାଲି ଗୋଟିଏ ଦିନରେ ୬ ଜଣଙ୍କ ଚିହ୍ନଟ କରାଯିବା ଦ୍ଵାରା ସଂଖ୍ୟା ୭ରେ ପହଞ୍ଚିଥିଲା। ସୁନ୍ଦରଗଡ଼ରେ ୧ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଏହି ସଂଖ୍ୟା ଦ୍ଵାରା ଜିଲ୍ଲାରେ ମୋଟ୍ ରୋଗୀଙ୍କ ସଂଖ୍ୟା ୨ ହୋଇଥିଲା।
ଗତକାଲି ରାଜ୍ୟରେ ମୋଟ୍ ୧୩ଜଣ ନୂଆ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇଥିଲା।
ରାଜ୍ୟରେ କରୋନା ସ୍ଥିତି ସକାଳ ୮ଟା, ୨୧ ଏପ୍ରିଲ୍୨୦୨୦
ଜିଲ୍ଲା | ୨୦ ଏପ୍ରିଲ୍ ସ୍ଥିତି | ୨୧ରେ ନୂଆ ଚିହ୍ନିତ | ସମୁଦାୟ |
ଖୋର୍ଦ୍ଧା | ୪୬ | ୪୬ | |
ବାଲେଶ୍ଵର | ୮ | ୫ | ୮ |
ଭଦ୍ରକ | ୮ | ୮ | |
ଯାଜପୁର | ୭ | ୭ | |
ସୁନ୍ଦରଗଡ଼ | ୩ | ୩ | |
କେନ୍ଦ୍ରାପଡ଼ା | ୨ | ୨ | |
କଳାହାଣ୍ଡି | ୨ | ୨ | |
ପୁରୀ | ୧ | ୧ | |
କଟକ | ୧ | ୧ | |
ଢେଙ୍କାନାଳ | ୧ | ୧ | |
ସମୁଦାୟ | ୭୪ | ୫ | ୭୯ |
ସୋମବାରଦିନ ଚିହ୍ନିତ ୧୩ ଜଣ ରୋଗୀଙ୍କ ଭିତରୁ ୫ଜଣ ପୁରୁଷ ଭଦ୍ରକରୁ ଚିହ୍ନିତ ହୋଇଥିବା ବେଳେ ବାଲେଶ୍ଵରରୁ ୨ଜଣ ମହିଳା, ଯାଜପୁରରୁ ୫ଜଣ ପୁରୁଷ, ସୁନ୍ଦରଗଡ଼ରୁ ଜଣେ ପୁରୁଷ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା।